ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘରେ ଉତ୍କଳ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଅଦ୍ୟ କଲେକ୍‌ଟୋରିଏଟ୍ କେମ୍ପସ୍ ମଧ୍ୟରେ ଥିବା ‘ରାଜ୍ୟ ସରକାରୀ କର୍ମଚାରୀ ସଂଘ’ ଓ ‘ସହାୟକ’ ମିଳିତ ଆନୁକୂଲ୍ୟରେ ଏକ ଜଳଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଜଳଦାନ ଶିବିରରେ ବାଲେଶ୍ୱରର ସ୍ୱନାମଧନ୍ୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ ପଥଚାରୀଙ୍କୁ ପାନୀୟ ଜଳ ପ୍ରଦାନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପଥଚାରୀଙ୍କୁ ତରଭୁଜ ଓ ଜଳ ପ୍ରଦାନ କରିବାରେ, ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ପୂର୍ବତନ ସଭାପତି ଶ୍ରୀ ଧୀରେନ୍ଦ୍ର ନାରାୟଣ ଦାସ ଓ ବର୍ତ୍ତମାନର ସଭାପତି ଇଂ. ବନମାଳୀ ନାୟକ, ‘ସହାୟକ’ର ସଭାପତି ଡ. କ୍ଷିତିଶ୍ୱର ଦାଶ, ସମ୍ପାଦକ ଇଂ. ଡ. ହୃଷିକେଶ ସାହୁ, ସଂଗଠନ ସମ୍ପାଦକ ସୁଜିତ କୁମାର ଜେନା, ଅର୍ଥ ସମ୍ପାଦକ ଦାମୋଦର ନାୟକ, ଉପସଭାପତି ଶ୍ରୀମତୀ ପୁଷ୍ପଲତା ମହାନ୍ତି, ଯୁଗ୍ମ ସମ୍ପାଦିକା ସାବିତ୍ରୀ ଦାସ, ଉପଦେଷ୍ଠା ଶ୍ରୀମତୀ ମୀନା ସେଠୀ, ସାଂସ୍କୃତିକ ସମ୍ପାଦକ ବୀରେନ୍ଦ୍ର ମହାନ୍ତ, ରବୀନ୍ଦ୍ର ବେହେରା, ରବି ନାରାୟଣ ଜେନା, ଇଂ. କେଶବ ଚନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଡ. ତାରାକାନ୍ତ ନନ୍ଦ, ଦିବାକର ମହାପାତ୍ର, ଗୁଣାକର ଦେ, ସଞ୍ଜୟ କୁ. ପଣ୍ଡା, ନିରଞ୍ଜନ ପରିଡ଼ା, ଅକ୍ଷୟ ତ୍ରିପାଠୀ, ଗୌରାଙ୍ଗ ପାଣିଗ୍ରାହୀ, ଦୀନବନ୍ଧୁ ଲେଙ୍କା, ଗଙ୍ଗାଧର ପୃଷ୍ଟି, ରବିନାରାୟଣ ଭୋଳ, ଗୋବିନ୍ଦ ମାଝୀ, ରମାକାନ୍ତ ମହାନ୍ତି, ଶଶାଙ୍କ ଶେଖର ଦତ୍ତ, ନରେନ୍ଦ୍ର ନାଥ ପୁହାଣ, କାମିନୀକାନ୍ତ ପାଢ଼ୀ, ହିମାଂଶୁ ଶେଖର ଦାସ, ଶଚୀନ୍ଦ୍ର ଦାଶ, ଅକ୍ଷୟ କୁମାର କର, ଜ୍ଞାନରଞ୍ଜନ ସାହୁ, ସୁମତୀ ପରିଡ଼ା ପ୍ରଭୃତି ସହଯୋଗ କରିଥିଲେ ।ଏହି ଉପଲକ୍ଷେ ସଭାଗୃହରେ ଏକ ସଭାର ଆୟୋଜନ କରାଯାଇ ସେଥିରେ ଉତ୍କଳ ଦିବସ ବିଷୟରେ ଆଲୋଚନା କରାଯାଇଥିଲା ଓ ରାଜ୍ୟର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ଶ୍ରୀମତୀ କଲ୍ୟାଣୀ ନନ୍ଦ ଓ ଅର୍ଚ୍ଚନା କର ଗାଇଥିଲେ । ଶେଷରେ ଶ୍ରୀ ଦେବେନ୍ଦ୍ର ଚୌଧୁରୀ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ