ଲୋଡିଂ ଅନ୍‌ଲୋଡିଂ ବାବଦରେ ଅତିରିକ୍ତ ଦରବୃଦ୍ଧି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡିରେ ଲୋଙ ଅନଲୋଙ ଅତିରିକ୍ତ ଦର ବୃଦ୍ଧି ଯୋଗୁଁ ୪ ଦିନ ହେଲା ସିମେଣ୍ଟ ଓ ଲୁହାଛଡ଼ ଦୋକାନ ବନ୍ଦ ରହିଛି। ତେବେ ଏହାକୁ ନେଇ ଗୁରୁବାର ସପ୍ତଗିରୀ ଆଇରନ ଆଣ୍ଡ ସିମେଣ୍ଟ ଦୋକାନର ସଭା ଗୃହରେ ଗଜପତି ଆଇରନ ଆଣ୍ଡ ସିମେଣ୍ଟ ଓନର୍ସ ୟୁନିଅନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ୟୁନିୟନ ସଭପତି ସୀମାଞ୍ଚଳ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସ୍ଥାନୀୟ ଶ୍ରମିକଙ୍କ ପାରିଶ୍ରମିକ ଅହେତୁକ ବୃଦ୍ଧି ପାଇଥିବା ସୂଚନା ଦେଇଥିଲେI ଶ୍ରମିକଙ୍କ ପାରିଶ୍ରମିକ ବଢିଥିବାରୁ ସିମେଣ୍ଟ ବସ୍ତା ପିଛା ୨୫ ଟଙ୍କା ଅଧୂକ ପଡୁଛି। ଏହି ବନ୍ଧିତ ଦର ଗ୍ରାହକ ବା ଖାଉଟିଙ୍କୁ ଅତିରିକ୍ତ ଦର ବୋଝ ପଡୁଛି। ରାଜ୍ୟରେ ସମସ୍ତ ସ୍ଥାନରେ ସିମେଣ୍ଟ ଏବଂ ଲୁହା ଲୋଡ ଏବଂ ଅନଲୋଡ କରିବା ନେଇ ଦର ସମାନ ଥିବାବେଳେ ଆମ ପାରଳାଖେମୁଣ୍ଡି ରେ କିନ୍ତୁ ଭିନ୍ନ ଦର ଲାଗୁ କରାଯାଇଛି| ଯାହା ଫଳରେ ଚଢ଼ା ଦର ଲୋକଙ୍କ ଉପରେ ପଡୁଛି । ତିନିଦିନ ହେଲା ଦୋକାନ ବନ୍ଦ କରି ଏହାର ବିରୋଧ କରୁଛୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ହସ୍ତକ୍ଷେପ କରିବା ଜରୁରୀ ବୋଲି ମଧ୍ୟ କୁହାଯାଇଛି । ଏହି ଅବସରରେ ସଂଘର ସମ୍ପାଦକ ଜେ. ବିଜୟ କୁମାର ଓ କୋଷାଧ୍ଯକ୍ଷ ଟି. ଭାସ୍କର ରାଓଙ୍କ ସହ ଅନ୍ୟ । ସଦସ୍ୟ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ