ଅନାଥ ୨ ଭଉଣୀ ଚାନ୍ଦିନୀ ଓ ନନ୍ଦିନୀ ମୁଠାଏ ଖାଦ୍ୟ ପାଇଁ ବାରଦୁଆର ହେଉଛନ୍ତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପିତୃ – ମାତୃହୀନ ୨ ଅନାଥ ଭଉଣୀ ଗତ ୨ ବର୍ଷ ଧରି ବହୁ ଦୁଃଖ କଷ୍ଟରେ ଜୀବନଯାପନ କରିଆସୁଛନ୍ତି. ମୁଠାଏ ଖାଦ୍ୟ ପାଇଁ ପ୍ରତେକ ଦିନ ଏମାନଙ୍କୁ ବାରଦୁଆର ହେବାକୁ ପଡୁଛି ବୋଲି ଗୁଲୁବା ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ ଗଜପତି ଜିଲ୍ଲାପାଳ ଏହି ଅନାଥ ୨ ଭଉଣୀଙ୍କୁ ଆବଶକ୍ୟ ସହାୟତା ପ୍ରଦାନ ସହ ଉଚିତ ଥଇଥାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ. ଏଠାରେ ସୂଚନାଯୋଗ୍ୟଯେ ଗଜପତି ଜିଲ୍ଲା ମୋହ‌ନା ବ୍ଲକ ଗୁଲୁବା ଗ୍ରାମର ବାସ କରୁଥିବା ସ୍ୱର୍ଗତ ରାମଚନ୍ଦ୍ର ଏବଂ ଲକ୍ଷ୍ମୀ ମଳିକଙ୍କ ପରିବାରର ଏହି ଦୁଃଖଦ କାହାଣୀ ଅଟେ. ଗତ ୧୫/ ୩/୨୨ରେ ରାମଚନ୍ଦ୍ରଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ ଓ ଏନେଇ ଅଡବା ଥାନାରେ ମାମଲା ରୁଜୁ ହେବା ସହ ତଦନ୍ତ ଜାରିରହିଛି । ପରେ ସ୍ତ୍ରୀ କୁ ଝୁରିଝୁରି ୨ମାସ ପରେ ରାମଚନ୍ଦ୍ର ମଧ୍ୟ ଆରପାରିକୁ ଚାଲିଗଲେ ।ଫଳରେ ପିତାମାତାଙ୍କୁ ହରାଇ ଘରେ ଥିବା ଦୁଇ ନାବାଳିକା ଝିଅ ନନ୍ଦିନୀ ଓ ଚାନ୍ଦିନୀ ଅନାଥ ହେଲେ. ୨ ଭଉଣୀଙ୍କୁ କେହି ସାହା ଭରଷା ନ ଥିବାବେଳେ ମୁଠାଏ ଖାଇବା ପାଇଁ ବାରଦୁଆର ବୁଲିବାକୁ ପଡୁଛି। ବାପା, ମା’ଙ୍କ ମୃତ୍ୟୁ ପରେ ଭାଇ ନିଜ ପରିବାରକୁ ଧରି ଅନ୍ୟତ୍ର ଚାଲିଗଲେ। ବର୍ତମାନ ଝାଟି ମାଟି ଘରେ ଦୁଇ ନିରୀହ ଶୈଶବ ନିଜ ଭବିଷ୍ୟତର ଅଙ୍କ କଷୁଛନ୍ତି । ବଡ଼ ଭଉଣୀ କୁଲି କରି ଅର୍ଥ ଉପାର୍ଜନ କଲେ ଘରେ ଚୁଲି ଜଳୁଛି । ଏଭଳି କ୍ଷେତ୍ରରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ମୋହନା ସମନ୍ବିତ ଶିଶୁ ବିକାଶ କେନ୍ଦ୍ରର ନଜର ଏହି ଘଟଣା ଉପରେ ନପଡିବା ଅତ୍ୟନ୍ତ ପରିତାପର ବିଷୟ । ସ୍ଥାନୀୟ ସୁପରଭାଇଜରଙ୍କୁ କହି ସମସ୍ତ ଘଟଣା ଅନୁ ଧାନ ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ମୋହନା ସମନ୍ବିତ ଶିଶୁ ବିକାଶ ଅଧୁକାରିଣୀ ସବିତା ପଟ୍ଟନାୟକ କହିଛନ୍ତି । ହେଲେ ଗ୍ରାମବାସୀମାନେ ଏହି ୨ ଭଉଣୀଙ୍କ ଦୁଃଖଦ ଜୀବନଯାପନ ପାଇଁ ଅତ୍ୟନ୍ତ ମର୍ମାହତ ହୋଇ ୨ ଭଉଣୀଙ୍କୁ ଅତି ତୁରନ୍ତ ଗଜପତି ଜିଲ୍ଲାପାଳ ଥଇଥାନ କରନ୍ତୁ ବୋଲି ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ