ଟାଉନବଳରାମପୁର ହତ୍ୟା ଘଟଣା: ଅଭିଯୁକ୍ତକୁ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଟାଉନବଳରାମପୁର ଗାମରେ ଶୁକ୍ରବାର ଛୁରାଭୂଷି ହତ୍ୟା କରିଥିବାଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ସାରଙ୍ଗ ଗ୍ରାମର ଅକ୍ଷୟ ଖଟୁଆଶୁକ୍ରବାର ଅପରାହ୍ନରେ ମାର୍ଶାଘାଇରୁ ଏକ ଏସି ମରାମତି ସାରି ସାଙ୍ଗ ବଳରାମ ମହାରଣା ସହିତ ଫେରି ଟାଉନ ବଳରାମପୁର ଗ୍ରାମର ହନୁମାନଜୀଉଙ୍କ ମନ୍ଦିର ପାଖରେଏକ ପାନ ଦୋକାନରୁ ପାନ କିଣୁଥିବା ବେଳେ ସେଠାରେ ଆଦିତ୍ୟ ପ୍ରସାଦ ବେହେରାଙ୍କ ସହ କୈାଣସି କାରଣରୁ ବଚସା ହୋଇଥିଲା । ଏଥିରେ ଆଦିତ୍ୟ ରାଗି ଘରକୁ ଯାଇ ଘରୁ ଏକ ଛୁରୀ ଆଣି ପ୍ରଥମେ ବଳରାନମକୁ ଆକ୍ରମଣ କରିଥିଲା । ବଳରାମ ସେଠାରୁ ଦୈାଡି ପଳାଇବାରୁ ଅକ୍ଷୟକୁ ବାରମ୍ବାର ଛୁରୀ ମାରିଥିଲେ । ଫଳରେ ଘଟଣାସ୍ଥଳରେ ଅକ୍ଷୟଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଥିଲେ । ଏଥିସହିତ ପୋଲିସ ଅଭିଯୁକ୍ତ ଆଦିତ୍ୟକୁ ଗିରଫ କରି ଥାନାକୁ ଆଣିଥିଲା । ଆଜି ଶବ ବ୍ୟବଛେଦ ପରେ ଅକ୍ଷୟଙ୍କ ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତ ଆଦିତ୍ୟକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ