ବିଜେଡି ପକ୍ଷରୁ ୪୩ ନଂ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ସାଂଗଠନିକ ବୈଠକ

ବୁଗୁଡା , ( ଅନିଲ କୁମାର ମହାରଣା ) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ୍ ଅନ୍ତର୍ଗତ ଭାମଶ୍ୟାଳୀ ଗ୍ରାମରେ ବିଜୁ ଜନତା ଦଳର ପକ୍ଷରୁ ୪୩ ନଂ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ସାଂଗଠନିକ ବୈଠକ ଏପ୍ରିଲ ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ଓ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ସାଂସଦ ପ୍ରାର୍ଥୀନୀ ଡକ୍ଟର ରଞ୍ଜିତା ସାହୁ ଏହି ସାଂଗଠନିକ ବୈଠକରେ ଯୋଗ ଦେଇ ତୃଣମୂଳ ସ୍ତରରୁ ବିଜୁ ଜନତା ଦଳକୁ ମଜଭୁତ କରିବା ସହ ଘରେ ଘରେ ନବୀନ ସରକାରଙ୍କ ଜନହିତକାରୀ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ଏହି ସାଂଗଠନିକ ବୈଠକରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବରିଷ୍ଠ ନେତା ଧରଣୀଧର ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ୪୧ ନଂ ଜିଲ୍ଲା ପରିଷଦ ପ୍ରତିନିଧି ଟୁକୁନା ସ୍ୱାଇଁ, ୪୨ ନଂ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ୪୩ ନଂ ଜିଲ୍ଲା ପରିଷଦ ସଦସ୍ୟା ଚାନ୍ଦିନୀ ନାୟକ, ବୁଗୁଡା ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, କେ.ନୀଳମାଧବ ଆଚାରୀ, ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି , ବିଜୁ ଜନତା ଦଳର ସଂଗଠକ ଓ ସକ୍ରୀୟ କର୍ମୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ