ପାହାନ୍ତି କାଳିକା ନୃତ୍ୟ ମା ଚାଚଖାଇ ମନ୍ଦିରର ଏକ ଅନନ୍ୟ ପରମ୍ପରା

ନିମାପଡ଼ା,( ସନ୍ତୋଷ ଦାଶ)ପୁରୀ ଜିଲ୍ଲା ଗୋପ ବ୍ଲକ ନରସିଂହପୁର ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ଚାଚଖାଇ ଙ୍କ ମନ୍ଦିର ରେ ଗତ ମାର୍ଚ୍ଚ ୩୦ ତାରିଖ ଠାରୁ ଆରମ୍ଭ ହୋଇଛି ଏକ ମାସ ବ୍ୟାପି ଝାମୁଯାତ୍ରା । ଚୈତ୍ର ମାସ ର ପ୍ରତି ଗୁରୁବାର ମା ଙ୍କ ମନ୍ଦିର ରେ ପାଳି ଯାତ୍ରା ଅନୁଷ୍ଠିତ ହୋଇ ଆସିଥିବାବେଳେ ଆସନ୍ତା ୨୫ ତାରିଖ ଦିନ ଅନୁଷ୍ଠିତ ହେବ ପ୍ରସିଦ୍ଧ ଝାମୁଯାତ୍ରା । ଗତ ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା ଚତୁର୍ଥ ପାଳି ଯାତ୍ରା। ଚତୁର୍ଥ ପାଳି ଯାତ୍ରା ଓ ଝାମୁ ଯାତ୍ରା ଦିନ ବିଳମ୍ବିତ ରାତି ରେ ମନ୍ଦିର ରେ ଅନୁଷ୍ଟିତ ହୁଏ ପାହାନ୍ତି କାଳୀକା ନୃତ୍ୟ। ଯାହା ଏକ ଅନନ୍ୟ ପରମ୍ପରା ଭାବେ ରହିଆସିଛି କାହିଁ କେଉଁ କାଳରୁ।ପାରମ୍ପରିକ ପ୍ରଥାନୁସାରେ ମା ଙ୍କ ଜୈନିକ ସେବକ ନୃସିଂହ ଚରଣ ପଣ୍ଡା ଗାଁ ର ପ୍ରସିଦ୍ଧ ମାଧବାନନ୍ଦ ମନ୍ଦିର ଠାରେ ନିଜକୁ କାଳୀ ବେଶ ରେ ସଜ୍ଜିତ କରିବା ପରେ ହାତ ରେ ଖଡ୍ଗ ଧରି ପାଳିଆ ସେବକ ଚନ୍ଦ୍ର ଶେଖର ପାଢ଼ୀ ଙ୍କ ଘଣ୍ଟ ମାଡ଼ ତାଳ ରେ ନରସିଂହପୁର ଗ୍ରାମ ଦାଣ୍ଡ ରେ କାଳୀକା ନୃତ୍ୟ କରି କରି ମା ଙ୍କ ମନ୍ଦିର ପହଞ୍ଚି ଥିଲେ। ସେଠାରେ ମନ୍ଦିର ର ଗର୍ଭଗୃହ କୁ ଯାଇ ସେ ମା ଙ୍କୁ ସ୍ତୁତି କରିଥିଲେ। ମା ଙ୍କ ପୂଜାପଣ୍ଡl ତାଙ୍କୁ ମା ଙ୍କ ଲାଗି ସିନ୍ଦୁର, ମାଳ ଓ ଆଉ ଏକ ଖଡ୍ଗ ପ୍ରଦାନ କରିଥିଲେ। ଏହାପରେ ପୁନର୍ବାର ସେ ପାଳିଆ ସେବକ ଙ୍କ ଘଣ୍ଟ ମାଡ କୁ ଅନୁସରଣ କରି କାଳିକା ନୃତ୍ୟ ପ୍ରଦର୍ଶନ କରି କରି ନରସିଂହପୁର ଶାସନ ଗାଁ ଦାଣ୍ଡ ଦେଇ ଶେଷରେ ଗୋପୀଦାସ ମହାରାଜ ମଠ ଠାରେ ପହଞ୍ଚିଥିଲେ। ଶେଷ ହୋଇଥିଲା ପାରମ୍ପରିକ କାଳୀକା ନୃତ୍ୟ। ମା ଚାଚଖାଇ ଶାନ୍ତ ଓ ମଙ୍ଗଳ ଦାୟକ ଦେବୀ ହୋଇଥିଲେ ମଧ୍ୟ ଦୁଷ୍ଟ ମାନଙ୍କୁ ସଂହାର କରିବାକୁ କାଳୀ ହୋଇପାରନ୍ତି ବୋଲି ପୁରାଣ ରେ ବର୍ଣ୍ଣିତ ହୋଇଛି।ମା ଚାଚଖାଇ ଓ କାଳୀ ଏକ ଓ ଅଭିନ୍ନ ବୋଲି ଭକ୍ତ ମାନଙ୍କୁ ସୂଚାଇ ଦେବାକୁ ଚୈତ୍ର ମାସ ର ଚତୁର୍ଥ ଓ ପଞ୍ଚମ ଗୁରୁବାର ଦିନ ବିଳମ୍ବିତ ରାତି ରେ ପାହାନ୍ତି କାଳିକା ନୃତ୍ୟ ଅନୁଷ୍ଠିତ ହୋଇଆସୁଥିବା ବିଶ୍ୱାସ ରହିଆସିଛି। ପାହାନ୍ତି କାଳିକା ନୃତ୍ୟ ଚାଚଖାଇ ମନ୍ଦିର ର ଏକ ଅନନ୍ୟ ପରମ୍ପରା ଭାବେ ରହି ଆସିଥିବା କୁହନ୍ତି ମା ଙ୍କ ସେବକ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ