ବିବାହିତ ମହିଳା ଙ୍କ ମୃତ ଦେହ ଉଦ୍ଧାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅର୍ନ୍ତଗତ ପଟିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗ୍ରାମର ଅଜୟ ସେଠି ଙ୍କ ସ୍ତ୍ରୀ ମମତା ସେଠି ଙ୍କ ମୃତ ଦେହ ପାଟପୁର ପୋଲିସ ଉଦ୍ଧାର କରିଛି । ଏନେଇ କେସ ନମ୍ୱର୍ ୨୬୯/୨୪ ମାମଲା ରୁଜୁ କରି ମମତା ଙ୍କ ସ୍ଵାମୀ ଅଜୟ ସେଠୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ତଦନ୍ତ ଆରମ୍ଭ କରିଛି। ଏନେଇ ମମତା ସେଠୀ ଙ୍କ ବାପା ରବୀନ୍ଦ୍ର ସେଠୀ ଝିଅକୁ ବିଷ ପିଆଇ ହତ୍ୟା କରିଥିବା ନେଇ ପାଟପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନା ପ୍ରକାରେ 5 ବର୍ଷ ପୂର୍ବେ ଶେରଗଡ଼ ଥାନା ବାକିଲିକଣା ଗ୍ରାମର ରବୀନ୍ଦ୍ର ସେଠି ଙ୍କ ଝିଅ ଏବଂ ପାଟପୁର ଥାନା ଅର୍ନ୍ତଗତ ବାଙ୍ଗରଡ଼ା ଗ୍ରାମର ର ଲଡ଼ୁ କିଶୋର ସେଠି ଙ୍କ ପୁଅ ଅଜୟ ସେଠି ଙ୍କ ଶହ ବୈଦିକ ରୀତି ନୀତି ଅନୁଯାୟୀ ବିବାହ କରାଇଥିଲେ।ବିବାହ କିଛି ଦିନ ପରେ ଶାଶୁ ଘର ଲୋକ ମମତା କୁ ନିର୍ଯ୍ୟାତନା ଦେଉଥିଲେ ।ବାପା ରବୀନ୍ଦ୍ର ଜାଣିବା ପରେ ସମାଧାନ କରିଥିଲେ ।ପୁଣି ଗତ କାଲି ରବୀନ୍ଦ୍ର ଜାଣିବାକୁ ପାଇଥିଲେ ଯେ ତାଙ୍କ ଝିଅ କୁ ତାଙ୍କ ଶାଶୁ ଘର ଲୋକ ମାଡ଼ ମାରି ବିଷ ପିଆଇ ଦେଇ ଛନ୍ତି।ଖବର ପାଇ ପହଞ୍ଚି ଝିଅ କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରିଥିଲେ ଅବସ୍ଥା ସଙ୍କଟା ପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠା ଯାଇଥିଲା ସେଠାରେ ସନ୍ଧ୍ୟା ସମୟ ରେ ମୃତ୍ୟୁ ଘଟିଛି ।ଏନେଇ ମମତା ବାପା ପାଟପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ।ପାଟପୁର ଥାନା ଅଧିକାରୀ ଅଜୟ ସ୍ୱାଇଁ ଏସଆଇ ହିମାଂଶୁ ପାତ୍ର ତଦନ୍ତ କରିବାକୁ ଦେଇଥିବା ବେଳେ ସେ ଆରମ୍ଭ କରିଛନ୍ତି ।ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା ନା ଆତ୍ମହତ୍ୟା ପ୍ରକୃତ ରହସ୍ୟ ଜଣାପଡିବ ବୋଲି ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ