କଲେଜ ଛାତ୍ରୀ ଙ୍କୁ ଅପହରଣ ଅଭିଯୋଗ         

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅଧିନ ଏକ ଗ୍ରାମର ଜଣେ  କଲେଜ ଛାତ୍ରୀ ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।ଛାତ୍ରୀ ଙ୍କ ମାଆ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲା କୁ ଭିତ୍ତି କରି ଦିଗପହଣ୍ଡି ଥାନା ଆଇ ଆଇ ସି ବାବା ଶଙ୍କର ସରାଫ ଥାନା ମାମଲା ନଂ.(୧୮୭/୨୪) ଦଫା -୩୬୩ ଆଇ ପି ସି ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି।ତଦନ୍ତକାରୀ ଅଧିକାରୀ  ଥାନା ଏସ.ଆଇ ସୋଫିଆ ମିଶ୍ର ସଦଳବଳେ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ଅପହୃତା ଛାତ୍ରୀ କିମ୍ବା ଅପହର୍ତ୍ତା ଅଭିଯୁକ୍ତ ଙ୍କ ସନ୍ଧାନ ମିଳିପାରିନାହିଁ।ଛାତ୍ରୀ ଜଣକ ଦିଗପହଣ୍ଡି ନିକଟ ଏକ ଗାଁ ରେ ଥିବା କଲେଜ ରେ ଯୁକ୍ତ ୨ ପ୍ରଥମ ବର୍ଷ କଳା ଶ୍ରେଣୀରେ ପଢୁଥିଲେ।ଗତ ୭ ତାରିଖ ପୂର୍ବାହ୍ନ ରେ ଛାତ୍ରୀ ଜଣକ  କଲେଜ ଯାଉଛି କହି ଘରୁ ଯାଇଥିଲେ।ସନ୍ଧ୍ୟା ସୁଦ୍ଧା ସେ କଲେଜ ରୁ ଘରକୁ ନ ଫେରିବା ପରେ ପରିବାର ଲୋକେ ସମ୍ପର୍କୀୟ ଙ୍କ ସହାୟତା ରେ ବିଭିନ୍ନ ଗ୍ରାମକୁ ଯାଇ ତାଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା।ପରେ ଏନେଇ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ