କ୍ଷତ୍ରିୟବରପୁର ଏବଂ ଶାସନ ପଞ୍ଚାୟତରେ ବିଜେପି ପ୍ରାର୍ଥୀ ନୀଳମଣିଙ୍କ ପ୍ରଚାର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ନିର୍ବାଚନକୁ ଆଉ ଠିକ୍ ମାସେ ରହିଥିବା ବେଳେ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଏବଂ ବିଜେଡ଼ି ବିଧାୟିକା ପ୍ରାର୍ଥୀନୀ ସଂଘମିତ୍ରା ସ୍ୱାଇଁ ନିଜ ପ୍ରଚାରକୁ ଜୋରଦାର୍ କରିଛନ୍ତି I ଆଜି ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ବେଲଗୁଣ୍ଠା ବ୍ଳକ୍ ର କ୍ଷତ୍ରିୟବରପୁର ଏବଂ ଶାସନ ପଞ୍ଚାୟତର ବିଭିନ୍ନ ଗ୍ରାମରେ ମୋଟରସାଇକେଲ୍ ଏବଂ ଖୋଲା ଜିପ୍ ଶୋଭାଯାତ୍ରା କରି ଭୋଟ୍ ଭିକ୍ଷା କରିଛନ୍ତି I ଆଜି ନୀଳମଣିଙ୍କ ସହ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ପୂର୍ବତନ ସମିତିସଭ୍ୟ ଶିବରାମ ପାଢୀ,ଗୌରହରି ସ୍ୱାଇଁ, ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାଶ,ସଞ୍ଜୟ ପ୍ରଧାନ,ମଧୁସୂଦନ ପରିଡ଼ା,ରମେଶ୍ ମହାନ୍ତି, କ୍ଷତ୍ରିୟବରପୁର ସରପଞ୍ଚ କମଳ କୁମାରୀ ପ୍ରଧାନ,ପାଇଲିପଡ଼ା ସମିତିସଭ୍ୟ ରବୀନ୍ଦ୍ର ପାତ୍ର, ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ, ବଡପଡା ସମିତିସଭ୍ୟ ପୀତବାସ ସାହୁ,ମଣ୍ଡଳ ସଭାପତି ସୁରେନ୍ଦ୍ର କୁମାର ଡାକୁଆ,ବରିଷ୍ଠ ରାଜନୀତି ସମୀକ୍ଷକ କବିରାଜ ପରିଡା,ନାଏବ ସରପଞ୍ଚ ଭରତ ବିଷୋୟୀ,ସମିତିସଭ୍ୟ ପ୍ରତିନିଧି ବିନୋଦ ବେହେରା ପ୍ରମୁଖ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ କହିବା ସହିତ ଆଗାମୀ ନିର୍ବାଚନରେ ପଦ୍ମ ଚିହ୍ନରେ ବହୁ ମାତ୍ରାରେ ଭୋଟ୍ ଦେଇ ନିଳମଣିଙ୍କୁ ବିଜୟୀ କରିବା ପାଇଁ ଅନୁରୋଧ କରିଥିଲେ I ଆଜି ନୀଳମଣିଙ୍କ ସହ ଶତାଧିକ ସମର୍ଥକ ମୋଟରସାଇକେଲ୍ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ