୫ଜଣ ଚୋରଙ୍କୁ ଗିରଫ ଓ ୧୬ଚୋରି ଛେଳିକୁ ଉଦ୍ଧାର କଲା କୋଣାର୍କ ପୋଲିସ

ନିମାପଡ଼ା,(ସନ୍ତୋଷ ଦାଶ)ପୁରୀ ଜିଲ୍ଲା କୋଣାର୍କ ଥାନାକୁ ବଡ ସଫଳତା ମିଳିଛି। ଶିମିଳି ପଞ୍ଚାୟତ ସିରୀପୁର ଗାଁର ସଞ୍ଜୟ ବେହେରା ଶୁକ୍ରବାର ବିଳମ୍ବିତ ରାତିରେ ଘରେ ପରିବାର ସହ ଶୋଇଥିବା ବେଳେ ଘରର ପଛପଟ କବାଟ ଭାଙ୍ଗି ଛେଳି ଚୋର ମାନେ ତାଙ୍କ ଘରେ ପଶି ୧୬ ଟି ଛେଳି ଚୋରୀକରି ପଳାଇଯାଇଥିଲେ । ସଞ୍ଜୟ ଏ ନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ନେତୃତ୍ୱ ରେ ଏକ ୮ଜଣିଆ ଟିମ ଗଠନ ହୋଇଥିଲା। ଶନିବାର ଦିନ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଅଞ୍ଚଳ ରୁ ଚୋରି ଯାଇଥିବା ଛେଳି ଚୋରି ସବୁକୁ ଉଦ୍ଧାର କରିବା ସହିତ ୫ ଜଣ ଛେଳି ଚୋର ଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଚୋର ଙ୍କ ମଧ୍ୟରେ ଚାରିଛକ ଥାନା ଅନ୍ତର୍ଗତ କଳାପାଞ୍ଚଣ ବସ୍ତି ର ଏସ. କେ. ୱାସିଦ ଓ ଆକାଶ ଭୋଇ, ନୟାହାଟ ଫାଣ୍ଡି ଅଧିନସ୍ଥ ଧୂମାଳ ର ରାଜୁ କାଣ୍ଡି ଓ କୁନା କାଣ୍ଡି ,ଭୁବନେଶ୍ବର ର ଲକ୍ଷ୍ମୀସାଗର ଅଞ୍ଚଳ ର ବ୍ୟବସାୟୀ କାସର ଖାଁ ରହିଥିବା କୋଣାର୍କ ପୋଲିସ ସୂଚନା ଦେଇଛି।ବାରମ୍ବାର ଗୋପ, କାକଟପୁର, ଅସ୍ତରଙ୍ଗ ଓ କୋଣାର୍କ ଅଞ୍ଚଳ ରୁ ଏପରି ରାତିରେ ଛେଳି ଚୋରି ହେଉଥିବା ଅଭିଯୋଗ ହୋଇ ଆସୁଥିବାବେଳେ କୋଣାର୍କ ପୋଲିସ କୁ ମିଳିଛି ବଡ ସଫଳତା । କୋଣାର୍କ ଥାନା ଅଧିକାରୀ ଶ୍ରୀ ସେଠୀ ଛେଳି ଚୋର ଙ୍କୁ ଥାନା ରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ