ଟ୍ରାକ୍ଟର ଡାଲାରେ ପିଟିହେଲା ବାଇକ୍ ମାମୁଁ, ଭଣଜା ଗୁରୁତର

ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ଶନିବାର ରାତିରେ ହିଞ୍ଜିଳି ଥାନା ପଲ୍ଲୀପଦ୍ମନାଭପୁର ଗ୍ରାମ ଛକ ନିକଟରେ ଏକ ମୋରମ ବୋଝେଇ ଟ୍ରାକ୍ଟର (ଓଆର୦୭ଏଏ ୫୮୦୭) ଡାଲାରେ ପିଟି ହୋଇ ମାମୁଁ ଓ ଭଣଜା ଗୁରୁତର ଆହତ ହୋଇଛନ୍ତି।ଆହତ ମାନେ ହେଲେ ହିଞ୍ଜିଳି ଥାନା କରାଖଣ୍ଡି ଗ୍ରାମର ରଞ୍ଜନ ପଟ୍ଟନାୟକ (୩୨) ଓ ତାଙ୍କ ଭଣଜା ଚନ୍ଦନ ପଟ୍ଟନାୟକ (୨୦) ।
ବୁଧବାର ରାତିରେ କରାଖଣ୍ଡି ଗ୍ରାମର ମାମୁଁ, ଓ ଭଣଜା ବାଇକ୍ (ଓଡି୦୭ଭି ୭୫୬୧)ଯୋଗେ ବ୍ରହ୍ମପୁର ଠାରୁ କାମ ସାରି ଘରକୁ ଫେରୁଥବା ସମୟରେ ହିଞ୍ଜିଳି ଥାନା ପଲ୍ଲୀପଦ୍ମନାଭପୁର ଗ୍ରାମ ଛକ ନିକଟରେ ଚାଳକ ଜଣଙ୍କ ରାସ୍ତା ଉପରେ ଟ୍ରାକ୍ଟର ରଖି ମୋରମ ଅନଲୋଡ କରୁଥିଲା। ଅନ୍ଧାରିଆ ରାସ୍ତା ସହ ଟ୍ରାକ୍ଟର ଲାଇଟ୍ ଲାଗିନଥିବାରୁ ବାଇକ୍ ଚାଳକ ହଠାତ୍ ଆସି ଟ୍ରାକ୍ଟର ଡାଲାରେ ପିଟି ହୋଇ ଯାଇଥିଲେ। ଟ୍ରାକ୍ଟର ଡାଲାର ଏକ ମୁନିଆ ଅଂଶ ରଞ୍ଜନଙ୍କ ପ୍ଲେଟରେ ପଶି ଯାଇ ଗୁରୁତର ଆହତ ହୋଇଥିଲେ ଏବଂ ଭଣଜା ଜଣଙ୍କ ରାସ୍ତା ପାର୍ଶ୍ବକୁ ଖସି ପଡି ଗୁରୁତର ଆହତ ହୋଇଥିଲେ। ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।‌ଘଟଣା ନେଇ ଆହତଙ୍କ ବାପା କାଳୁଚରଣ ପଟ୍ଟନାୟକ ରବିବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ