ହିଞ୍ଜିଳି ଥାନା ପୁଲିସ ପକ୍ଷରୁ ୨ୟ ପର୍ଯ୍ୟାୟ ଫ୍ଳାଗମାର୍ଚ୍ଚ

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ଆସନ୍ତା ମେ ମାସ ୨୦ ତାରିଖରେ ଗଞ୍ଜାମ ଜିଲ୍ଲାରେ ୨ୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ସମୟରେ ମତଦାତା ମାନେ ଯେପରି ଭୟଭୀତ ନ ହୋଇ ସେମାନଙ୍କ ମତଦାନ ସାବ୍ୟସ୍ତ କରିପାରିବେ , ତାହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ହିଞ୍ଜିଳି ପୁଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଅବାଧ, ନିରପେକ୍ଷ ନିର୍ବାଚନ ପରିଚାଳନା ସହ ଅସାମାଜିକ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ହିଞ୍ଜିଳି ଥାନା ଇଲାକାରେ ପୁଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଛି । ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ତତ୍ତ୍ଵାବଧାନରେ ରବିବାର ଅପରାହ୍ନରେ ହିଞ୍ଜିଳି ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ୨ୟ ପର୍ଯ୍ୟାୟ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ହିଞ୍ଜିଳିକାଟୁ ପୌରାଞ୍ଚଳର ଥାନା ସାହି, ମୁଖ୍ୟ ସଡ଼କ, ଆଙ୍କୋରଡା, ବଇଁଚବଣିଆ, ମାଣିକନଗର, ନୂଆଁଗଡ, ବସ୍ ଟର୍ମିନାଲ, ଆରଏମସି ଛକ ସମେତ ବିଭିନ୍ନ ଓ୍ବାର୍ଡର ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଳାଗମାର୍ଚ୍ଚ କରାଯିବା ସହ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ହିଞ୍ଜିଳି ଥାନା ପୋଲିସ ପକ୍ଷରୁ ଅଞ୍ଚଳର ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଗୁଡିକ ଚିହ୍ନଟ କରାଯାଇଛି । କେଉଁଠି ବିଶୃଙ୍ଖଳାକାରୀ ମାନେ ସକ୍ରିୟ ଅଛନ୍ତି ଓ ସେମାନଙ୍କର ପୂର୍ବ ଇତିହାସର ତଥ୍ୟ କଣ ରହିଛି ଏ ସମସ୍ତ ତଥ୍ୟକୁ ବିଶ୍ଳେଷଣ ପରେ ଏବେଠାରୁ ସେହି ଅଞ୍ଚଳ ଗୁଡିକରେ ସ୍ଥିତି ସଜାଡିବାକୁ ପୁଲିସ ପ୍ରୟାସ ଆରମ୍ଭ କରିଛି ।
ନିର୍ବାଚନ ପୂର୍ବରୁ କିମ୍ୱା ମତଦାନ ସାବ୍ୟସ୍ତ ସମୟରେ ଯଦି କେହି ବ୍ୟକ୍ତି ବିଶୃଙ୍ଖଳିତ କାର୍ଯ୍ୟକଳାପରେ ଲିପ୍ତ ରୁହନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପୋଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ପେଶାଦାର ଅପରାଧୀ ଓ ଜେଲ ଫେରନ୍ତାଙ୍କ ଗତିବିଧି, ଅସାମାଜିକ କାର୍ଯ୍ୟକଳାପ ଉପରେ ପୁଲିସ ତୀକ୍ଷ୍ଣ ନଜର ରଖିଛି। ଆୟୋଜିତ ଫ୍ଳାଗମାର୍ଚ୍ଚ କାର୍ଯ୍ୟକ୍ରମରେ ସିଆଇଏସଏଫ ଇନଚାର୍ଜ ଭି. ଆନ୍ନାଦୁରାଇ, ହିଞ୍ଜିଳି ଥାନା ଅତିରିକ୍ତ ଆଇଆଇସି ପଦ୍ମ ଚରଣ ଭଟ୍ଟ, ଏସ. ଆଇ. ସିଦ୍ଧାର୍ଥ ଶଙ୍କର ଜେନା, ସୁନିଲ କଣ୍ଡୋଗିରି, ସୁରେଶ ସାହୁ, ସୁସ୍ମିତା ମଗର, ଏ.ଏସ.ଆଇ. ଅନନ୍ତ ଶବର, କାଳିଚରଣ ସ୍ବାଇଁ, ସୁବାଷ ମିଶ୍ର, ଜ୍ୟୋତ୍ସ୍ନା ସାହୁ, ବିଶ୍ବଜିତ ରାଉତରାୟ, ନରେଶ ପ୍ରଧାନ, ସୁଶାନ୍ତ ନାହାକ, ରଶ୍ମିତା ସ୍ବାଇଁ , ମିନତି ମହାଙ୍କୁଡଙ୍କ ସମେତ ପୋଲିସ ଓ ୨ ପ୍ଲାଟୁନ ସିଆଇଏସଏଫ ଓ ୧ ପ୍ଳାଟୁନ ଓଏସଏପି ପୁଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ