ପରିବେଶ ସୁରକ୍ଷା ସଚେତନା ସହ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର, (ଅନିଲ କୁମାର): ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଧରିତ୍ରୀ ଦିବସରେ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ପଲିଥିନ୍ ମୁକ୍ତ, ସବୁଜ ଭରା, ରାସାୟନିକ ସାର ଓ କୀଟନାଶକ ବିଷ ବିହୀନ ପରିବେଶ ସୃଷ୍ଟି କରିବା ହିଁ ଧରିତ୍ରୀ ସୁରକ୍ଷା। ରାସ୍ତା କଡ଼ରେ ଅଶ୍ଵତ୍ଥ, ବଟ, ନିମ୍ବ ବୃକ୍ଷ ରୋପଣ ଓ ଗୃହ ଚାରିପାଖରେ ଘୃତ କୁମାରୀ, ତୁଲସୀ, କୁରୁବେଲି,ବ୍ରାହ୍ମୀ, ଭୃଙ୍ଗରାଜ, ପିପ୍ପଳୀ, ଧନିଆ, ଜୁଆଣି, ହଳଦୀ, ପୁଦିନା, ଗଙ୍ଗଶିଉଳୀ ଆଦି ଔଷଧୀୟ ବୃକ୍ଷ ଲଗାଇ ପରିବାରର ସବୁ ରୋଗର ପ୍ରତିକ୍ରିୟା ହୀନ ଚିକିତ୍ସା କରିବା ସହ ସବୁଜ ଧରିତ୍ରୀ ସୃଷ୍ଟି କରି ଗ୍ରୀଷ୍ମ ତାପରୁ ରକ୍ଷା ପାଇବା।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଅନୁରୋଧ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ