ବ୍ରହ୍ମପୁରର ବିଧାନସଭା ପାଇଁ ସ୍ୱାଧୀନ ଭାବେ ପ୍ରାର୍ଥ ପତ୍ର ଦାଖଲ କଲେ ସମାଜ ସେବି ସରିତା

ବ୍ରହ୍ମପୁର, (ଅନିଲ କୁମାର): ସମାଜସେବୀ ସରିତା ପଣ୍ଡା ସ୍ୱାଧୀନଭାବରେ ବିଧାୟିକା ପାର୍ଥି ଭାବେ ପ୍ରାର୍ଥ ପତ୍ର ଦାଖଲ କଲେ ଆଜି, ବ୍ରହ୍ମପୁର ସହରର ବରିଷ୍ଠ ସମାଜସେବୀ ସରିତା ପଣ୍ଡା ଛତ୍ରପୁରଠାରେ ଏଡିଏମଙ୍କ ପାଖରେ ପ୍ରାଥୀପତ୍ର ଦାଖଲ କରିଛନ୍ତି l ସହରର ବିଭିନ୍ନଶ୍ରେଣୀର ଲୋକମାନେ ଏହି ଉପଦେଶ ଦେଇଥିଲେ l ସରିତା କୁହନ୍ତି, ନିର୍ବାଚନରେ ଅନେକ ଜନପ୍ରତିନିଧି ଆସନ୍ତି ଏବଂ ବିକାଶ ଯାହା ହେଇଛି ତାହା ସର୍ବସମ୍ମୁଖରେ l ମୁଁ ସ୍ୱାଧୀନ l ମୋର ରହିଛି ନିଜସ୍ୱ ଚିନ୍ତାଧାରା, ଯାହା ଉପରେ କୌଣସି ଚାପ ପଡିପାରିବ ନାହିଁ l ମୁଁ ବ୍ରହ୍ମପୁରର ସର୍ବାଙ୍ଗୀନ ବିକାଶ ଚାହେଁ l ମୋର ନେତୃତ୍ୱରେ ବ୍ରହ୍ମପୁରବାସୀଙ୍କ ସହଯୋଗ ରହିଲେ ଆମେ ସମସ୍ତେ ବ୍ରହ୍ମପୁରକୁ ଏକ ସ୍ୱତନ୍ତ୍ର ସହରର ପରିଚୟ ଦେଇ ବିରାଟ ପରିବର୍ତ୍ତନ କରିପାରିବା l ସରିତାଙ୍କ ସହ ଗେଟ ବଜାର, ବ୍ରହ୍ମlନଗର ଓ ବୈକୁଣ୍ଠ ନଗରର ବ୍ୟକ୍ତିବିଶେଷଙ୍କ ସହିତ ସ୍ୱାମୀ ଡ଼ ଦେବାଶିଷ ପଣ୍ଡା, ଚିତ୍ରସେନ ପାଣିଗ୍ରାହୀ ଏବଂ ଆଇନଯିବି ଶିବରାମ ଦାସ ଉପସ୍ଥିତ ଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ