୪ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବାଲିଗୁଡା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡା ଜଙ୍ଗଲରୁ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବେଆଇନ୍ ଗଞ୍ଜେଇ ଜବତ କରିଛି ବାଲିଗୁଡ଼ା ପୋଲିସ। ଘଟଣା ସ୍ଥଳରୁ ୪୦ କ୍ବିଣ୍ଟାଲ୍ ୬୫୦ ଗ୍ରାମ୍ ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ କାହାକୁ ଗିରଫ କରିବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଂ କଡାକଡି କରାଯାଇଛି । ଏଭଳି ସ୍ଥିତିରେ ଚୋରା ଚାଲାଣ ପାଇଁ ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡା ଜଙ୍ଗଲରେ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ମାଫିଆ ମାନେ ଗଛିତ ରଖିଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୋଲିସ୍ । ଘଟଣାକୁ ନେଇ ବାଲିଗୁଡ଼ା ଥାନା କେସ୍ ନଂ ୧୦୩/୨୦୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ମାଫିଆଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ବିଷୟ ବାଲିଗୁଡ଼ା ଏସଡିପିଓ ରାହୁଲ ଗୋଏଲ୍ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ