ଉପରିସ୍ଥ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଦରମା ନପାଇ ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ହନ୍ତସନ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖାଦେଇଛି କର୍ମଚାରୀଙ୍କ ଅଶାନ୍ତି । ଦିନରାତି ପରିଶ୍ରମ କଲେ ବି କର୍ମଚାରୀଙ୍କୁ ମିଳୁନି ଦରମା । ଏଭଳି ସଙ୍ଗିନ୍‌ ଅଭିଯୋଗ କରିଛନ୍ତି ସ୍ବାସ୍ଥ୍ୟ କେନ୍ଦ୍ରର ଡକ୍ଟର, ନର୍ସ ଓ କର୍ମଚାରୀ । ଗଜପତି ଜିଲ୍ଲାର ଏକ ଆଦର୍ଶ ସ୍ବାସ୍ଥ୍ୟ କେନ୍ଦ୍ର ଭାବେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁନାମ ଓ ପୁରଷ୍କୃତ ମଧ୍ୟ ହୋଇଛି। ହେଲେ ଏଠାକାର ପାରିପାର୍ଶ୍ବକ ସ୍ଥିତି ଉନ୍ନତମାନର ଥ‌ିବା ବେଳେ ଉପରିସୁ ଅଧୂକାରୀଙ୍କ ଖାମଖୁଆଲି ମନୋଭାବ ଯୋଗୁଁ କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ହେଲା ବିନା ଦରମାରେ ରୋଗୀ ଚିକିତ୍ସା କରୁଛନ୍ତି ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ । ସେମାନଙ୍କ ଦରମା ଆଜି ପର୍ଯ୍ୟନ୍ତ ମିଳିନଥୁବା ଅଭିଯୋଗ ନେଇ ଧାରଣାରେ କର୍ମଚାରୀ । ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରି ଆସୁଥିଲେ ମଧ୍ୟ ନିରାଶ ହୋଇଛନ୍ତି କର୍ମଚାରୀ । ତେବେ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ଏଠାକାର ବାସୁବସ୍ଥିତି ସଂପୂର୍ଣ୍ଣ ଓଲଟା । ବିଡ଼ମ୍ବନାର ବିଷୟ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଦରମା ପାଇବାରୁ ବଞ୍ଚିତ ଥିବା ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀମାନେ ଅଭିଯୋଗ କରିଛନ୍ତି । କର୍ମଚାରୀମାନଙ୍କ ଠାରୁ ଆରମ୍ଭ କରି ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କୁ ଆଜି ପର୍ଯ୍ୟନ୍ତ ମିଳିନି ପାଉଣା । ପ୍ରତ୍ୟେକ ମାସରେ ଏଭଳି ପରିସ୍ଥିତି ଉପୁଜୁଥ‌ିବା ଏବଂ ଡାକ୍ତର ଓ କର୍ମଚାରୀମାନଙ୍କୁ ଦରମା ନମିଳିବା ପଛରେ କାହାର ହାତ ରହିଛି ଜାଣିପାରୁନଥୁବା ଅଭିଯୋଗ କରିଛନ୍ତି କର୍ମଚାରୀ । ତତ୍ ସହିତ ଚନ୍ଦ୍ରଗିରି ଓ ମୋହନା ଉଭୟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଦାୟିତ୍ବରେ ରହିଥ‌ିବା ଡ଼ିଡ଼ିଓଙ୍କୁ ଲିଖୂତ ଅଭିଯୋଗ ଦେଇଛନ୍ତି କର୍ମଚାରୀ । ଏ ସଂପର୍କରେ କିଛି ଜାଣି ନ ଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୂକାରୀ ପ୍ରଦୀପ ପାତ୍ର । ତେବେ ଦେଖୁବାକୁ ବାକି ରହିଲା ଖବର ପ୍ରଶାରଣ ପରେ କେବେ ଭାଙ୍ଗିବ ଉପରିସୁ ଅଧୂକାରୀଙ୍କ ନିଦ, ଆଉ କେବେ ପାଇବେ ପରିଶ୍ରମର ଫଳ ସେହି ଦିନକୁ ଅପେକ୍ଷା କରିଛନ୍ତି ଡାକ୍ତର, ନର୍ସ ଓ କର୍ମଚାରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ