ଗୁରୁକୂଳ କୁରୁକ୍ଷେତ୍ର ଆଶ୍ରମ ଅନୁଷ୍ଠାନର ବାର୍ଷିକ ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରାସ୍ଥିତ ଗୁରୁକୂଳ କୁରୁକ୍ଷେତ୍ର ଆଶ୍ରମ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ସମାଜସେବୀ ବଦ୍ରୀ ନାରାୟଣ ଧଳ ଉଦ୍‌ଘାଟକ ଭାବେ ଯୋଗ ଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ତଥା ବିଶିଷ୍ଟ ନାଟ୍ୟକାର ଡଃ.ସୁଧାଂଶୁ ଶେଖର ନାୟକ, ବିଶିଷ୍ଟ ଅତିଥି ଭାବେ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ନାୟକ, ସେଣ୍ଢତୀରା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପରିଚାଳକ ପ୍ରଶାନ୍ତ କୁମାର ରାଉଳ, ମୁଖ୍ୟବକ୍ତା ଭାବେ ବାରିକପୁର ମହାବିଦ୍ୟାଳୟର ଅଧ୍ୟାପକ ଉମାକାନ୍ତ ମହାଳିକ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାମଲ, ସୁନାଗଢିଆ ଉପ୍ରା ବିଦ୍ୟାଳୟ ତଥା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଧର୍ମେନ୍ଦ୍ର ନାରାୟଣ ଜେନା, କେନ୍ଦୁଝର ଜିଲା ଶିକ୍ଷକ ସଂଘର ସଭାପତି ଅଭୟ କୁମାର ଜେନା, ଆଇନଜୀବି ତଥା ଭଦ୍ରକ ଜୁଭେଲାଇନ ଜଷ୍ଟିସ୍ ବୋର୍ଡର ସଭ୍ୟ ବନମାଳୀ ଜେନା, ହାଟଡିହୀ ବ୍ଲକ ନସିରପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପ୍ରଧାନ, ସମାଜସେବୀ ଗୋପାଳ ପାତ୍ର, ହୃଷିକେଶ ପାତ୍ର, ମାଧବ ଚନ୍ଦ୍ର ବିଶ୍ୱାଳ, ବ୍ରାହ୍ମଣ ସମାଜର ଉପସଭାପତି ପୀତବାସ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସୁପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଅତିଥି ପରିଚୟ, ବିଦ୍ୟାଳୟର ସମ୍ପାଦକ ତାପସ କୁମାର ନାୟକ ବାର୍ଷିକ ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୁରୁମା, ଗୁରୁଜୀ, ଶିକ୍ଷାକର୍ମୀ, ପରିଚାଳନା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ