୧୧ ଜଣ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପୋଲସରା ବିଧାୟକ

ପୋଲସରା/ବୁଗୁଡା, ( ଅନିଲ କୁମାର ମହାରଣା ) : ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ୧୧ ଜଣ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଛନ୍ତି। ପୋଲସରା ବ୍ଲକ୍ ଅନ୍ତର୍ଗତ ମଥୁରା ଗ୍ରାମର ବିଶ୍ଵନାଥ ବିଶ୍ଵାଳ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସେହିପରି ପୋଲସରା ବ୍ଲକ୍ ଅନ୍ତର୍ଗତ କଳମ୍ୱ ଗ୍ରାମର ସନ୍ତୋଷ ସାହୁ ( ୩୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ବେଳେ ସେହି ଗ୍ରାମର ରବିନ୍ଦ୍ର ପ୍ରାଧନ (୪୫) ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ବିଧାୟକ ଶ୍ରୀ ସାହୁ ମୃତକ ଦ୍ବୟଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲର। ସେହି ପୋଲସରା ବ୍ଲକର ପାତାଳସିଙ୍ଗି ଗ୍ରାମର ସିମାଞ୍ଚଳ ସାହୁ (୩୦) ତାମିଲନାଡୁରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପୋଲସରା ବ୍ଲକର ଗୋଛାବାଡ଼ି ଗ୍ରାମର ଖୋଜନୀ ଜେନା (୪୦) ଏବଂ ଲକ୍ଷ୍ମୀ ଗୌଡ (୪୫) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ।ବିଧାୟକ ଶ୍ରୀ ସାହୁ ମୃତକ ଦ୍ବୟଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପୋଲସରା ବ୍ଲକ୍ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମର ନାରାୟଣ ଗୌଡ଼ (୩୦) ଓ ଗାନ୍ଧୀ ନାହାକ (୪୫) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ।ବିଧାୟକ ଶ୍ରୀକାନ୍ତ ସାହୁ ମୃତକ ଦ୍ବୟଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପୋଲସରା ବ୍ଲକ୍ ଅନ୍ତର୍ଗତ ଉସ୍ତାପଡ଼ା ଗ୍ରାମର ଗୌରାଙ୍ଗ ସ୍ୱାଇଁ (୪୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀପାଦପଲ୍ଲୀ ଗ୍ରାମର ଗଜେନ୍ଦ୍ର ପରିଡା (୫୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ବୁଗୁଡ଼ା ଏନ.ଏ.ସି ର ୱାର୍ଡ଼ ନଂ ୧୨ ତଳ ଓଡ଼ିଆ ସାହିର ହରି ପ୍ରଧାନ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଲୋକ ସମ୍ପର୍କରେ ଓଡ଼ିଶାର ଜଣେ ଶ୍ରେଷ୍ଠ ବିଧାୟକ ଭାବେ ଶ୍ରୀକାନ୍ତ ସାହୁ ପରିଚିତ ଥିବାବେଳେ ଦୁର୍ଘଟଣା ଜନିତ ଓ ଅକାଳ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାର ନିକଟରେ ନିଶ୍ଚିତ ଭାବେ ପହଞ୍ଚି ସମବେଦନା ଜଣାଇଥାନ୍ତି। ସେଥିପାଇଁ ଜନସାଧାରଣ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଆନ୍ତରିକ ସହ ଭଲ ପାଉଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ