ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକୁ ସମସ୍ତ ଙ୍କ ଆଖି

ବାଲେଶ୍ୱର, (ସରୋଜ ପଣ୍ଡା):ଗତ ମାର୍ଚ୍ଚ ୧୬ ତାରିଖରେ ବିଭିନ୍ନ ସମ୍ବାଦ ପତ୍ର ମାନଙ୍କ ରେ ଜିଲ୍ଲାପାଳ ଙ୍କ ୨୩/୩/୨୩ ରିଖ ଓ ଏସଏସପିଇଡି ବିଭାଗ ୨୬/୪/୨୩ ରିଖ ରାଣୀ ପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ପରିଚାଳନା ବିକଳାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ପ୍ରଦାନ ଆଦେଶ କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଖାରଜ କରିବା ସହିତ ଉକ୍ତ ବିଦ୍ୟାଳୟ ପରିଚାଳନା ଭାର ଡବ୍ଲୁ ପି ସି ୧୫୭୮୧/୨୩ ଆବେଦନ କାରି ତଥା ପ୍ରତିଷ୍ଠାତା ଶ୍ରୀ ଦିବାକର ସ ଙ୍କୁ ଫେରାଇବା ସହିତ ଆସନ୍ତା ୨୩ ଏପ୍ରିଲ ପୂର୍ବରୁ ପୁନର୍ବାର ତଦନ୍ତ ଶେଷ କରିବା ଉଚ୍ଚ ନ୍ୟାୟାଳୟ ତା ୧୨/୩/୨୪ ରିଖ ରେ ନିର୍ଦ୍ଦେଶ ସମ୍ବାଦ ପ୍ରକାଶ ପାଇଥିଲା।ଇତମଧ୍ୟରେ ଏଡଭୋକେଟ ଜେନେରାଲ ଙ୍କ ପତ୍ର ସଂଖ୍ୟା ୧୭୩୭୯ ତା ୧୯/୩/୨୪ ଓ ଏସଏସପିଇଡି ବିଭାଗ ପତ୍ର ସଂଖ୍ୟା ୨୭୮୦ ତା ୪/୪/୨୪ ରେ ବାଲେଶ୍ୱର ଜିଲ୍ଲାପାଳ ଙ୍କୁ ୧୨/୩/୨୪ ରିଖ ରେ ଡବ୍ଲୁ ପି ସି ୧୫୭୮୧/୨୩ ମୋକଦ୍ଦମାରେ ଦିଆଯାଇଥିବା ନିର୍ଦ୍ଦେଶକୁ ୨୦୨୪ ଏପ୍ରିଲ ୨୩ ପୂର୍ବରୁ କାର୍ଯ୍ୟକାରୀ କରିବା ପାଇଁ ଜଣାଇ ଦିଆଯାଇଥିଲା। ଅଦ୍ୟାବଧି ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ମାନ୍ୟବର ଜିଲ୍ଲାପାଳ ବାଲେଶ୍ୱର ଉଚ୍ଚ ନ୍ୟାୟାଳୟ ର ନିର୍ଦ୍ଦେଶନାମା କାର୍ଯକାରୀ କରିବା ପାଇଁ ତତ୍ପର ଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଗ୍ରହୀ ଥିଲେ ମଧ୍ୟ କେଉଁ ଅଦୃଶ୍ୟ ଶକ୍ତି ଏହାକୁ କାର୍ଯ୍ୟକାରୀ କରିବା ରେ ପ୍ରତିବନ୍ଧକ ସୃଷ୍ଟି କରୁଛି ଜଣା ପଡୁନାହିଁ। ଦେଖାଯାଉ ସମସ୍ତ ଙ୍କ ଉତ୍କଣ୍ଠାର ପୂର୍ଣ୍ଣଚ୍ଛେଦ ପକାଇ ଆଉ ଗୋଟିଏ ଦିନ ପରେ ଲୋକପ୍ରିୟ ଜିଲ୍ଲାପାଳ ବାଲେଶ୍ୱର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ପାଳନ କରି ଦୃଷ୍ଟିହୀନ ବିଦୟାଳୟ ପରିଚାଳନା ଦାୟିତ୍ଵ ଆବେଦନକାରୀ ତଥା ପ୍ରତିଷ୍ଠାତା ନିର୍ଦ୍ଦେଶକ ଶ୍ରୀ ଦିବାକର ସ ଙ୍କୁ ହସ୍ତାନ୍ତର କରିବା ନିଷ୍ପତି କୁ ବାଲେଶ୍ୱର ତଥା ସମଗ୍ର ରାଜ୍ୟର ବୁଦ୍ଧିଜୀବୀ ମହଲରେ ଅପେକ୍ଷା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ