ଉପଖଣ୍ଡ ପ୍ରଶାସନ ଦ୍ୱାରା ମହ୍ଲାର କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଉପଖଣ୍ଡ ପ୍ରଶାସନ ଦ୍ୱାରା ମହ୍ଲାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସକାଳୁ ଉଲ୍ଲାସ କାର୍ଯ୍ୟକ୍ରମ ଉପଜିଲ୍ଲାପାଳ କାର୍ଯ୍ୟାଲୟ ପରିସରରେ ଅନୁଷ୍ଠିତ ହୋଇଥିଲା,ଏଥିରେ ବରିଷ୍ଠ ନାଗରିକ ମାନଙ୍କ ପ୍ରତିଯୋଗିତା କରି ଭୋଟ ସଚେତନତା କରାଯାଇଛି । ସଂନ୍ଧ୍ୟା ସମୟରେ ବସଷ୍ଟାଣ୍ଡ ନିକଟରୁ ଏକ ସଚେତନତା ଶୋଭାଯାତ୍ରା ହୋଇଥିଲା ଏଥିରେ ହାତରେ ପ୍ଲାକାର୍ଡ ଧରି ସଚେତନତା କରାଇଥିଲେ । ସଂନ୍ଧ୍ୟା ସମୟରେ ସଭାଗୃହ ଠାରେ ଫେସନ ଶୋ ପ୍ରତିଯୋଗିତା ସହ ସଚେତନତା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଉପଖଣ୍ଡ ପ୍ରଶାସନିକ ଅଧିକାରି ଉପଜିଲ୍ଲାପାଳ ଡା ରୀନା ପ୍ରଧାନଙ୍କ ତତ୍ୱାବଦାନତାରେ ହୋଇଛି । ଏଥିରେ ପିଏ ଆଇଟିଡିଏ ବାଲିଗୁଡା କୃପାସିନ୍ଧୁ ବେହେରା,ବିଡିଓ ଅଚ୍ୟୁତାନନ୍ଦ ଜାନି ସମେତ ଉପଖଣ୍ଡ କାର୍ଯ୍ୟାଳୟ ସମେତ ସମସ୍ତ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ତୀତ ରହିବା ସହିତ ବାଲିଗୁଡା ଅଂଚଳର ସଚେତନ ନାଗରିକ ନୁତନ ଭୋଟର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ କରିଥିଲେ । ୯ଗୋଟି ବ୍ଲକର ପ୍ରଶାସନିକ ଅଧିକାରୀ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ