କାଶୀନଗରରେ କଂଗ୍ରେସର ପ୍ରଚାର ଓ ଶୋଭାଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଏନଏସି ଠାରେ କଂଗ୍ରେସ ପ୍ରାର୍ଥୀ ବିଜୟ କୁମାର ପଟ୍ଟନାୟକ ନାମାଙ୍କନ ଦାଖଲ ପୂର୍ବରୁ ରବିବାର ଅପରାହ୍ନରେ ଦଳୀୟ ନେତା ଓ କର୍ମୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ଦ୍ଵାରା ପ୍ରଚାର କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ୍ ଛକରୁ ରାଲି ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ସେ ୧୩ଟି ଯାକ ଓ୍ବାର୍ଡ ପରିକ୍ରମା କରି କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କରିଥିଲେ । ସ୍ଥାନୀୟ କଂଗ୍ରେସ ନେତା ତଥା ସରପଞ୍ଚ ରାମପ୍ରସାଦ ପଟ୍ଟନାୟକ, ଯୁବ ନେତା ସୁଭାଷ ଚନ୍ଦ୍ର ପ୍ରମୁଖ ନେତୃତ୍ବ ନେଇଥିଲେ। ବହୁ ସଂଖ୍ୟକ ହରିଜନ, ଆଦିବାସୀ ମହିଳା ଏବଂ ଯୁବକ ଭାଗ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ