ବ୍ଲକ ଅଫିସ ସମ୍ମୁଖରୁ ୧୫ ଫୁଟର କିଙ୍ଗ୍ କୋବ୍ରା ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣି ବ୍ଲକ କାର୍ଯ କାର୍ଯ୍ୟାଳୟ ସମ୍ମୁଖରୁ ୧୫ ଫୁଟ ଲମ୍ବର କିଙ୍ଗ କୋବ୍ରା ଉଦ୍ଧାର କରାଯାଇଛି। କିଙ୍ଗ କୋବ୍ରା ଗୋଷାଣି ଗ୍ରାମର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଏକ ୱାଟର ସର୍ଭିସିଂ ସେଣ୍ଟର୍‌ର ପାଣିକୁଣ୍ଡ ଭିତରେ ରହିଥ‌ିବା ଦେଖୁଥିଲେ ଲୋକେ। ଗଜପତିରେ ଏହି ସାପ ଧରିବାକୁ ସ୍ନେକ ହେଲ୍ପଲାଇନ କର୍ମଚାରୀ ନ ଥୁବା ବେଳେ ବନ ବିଭାଗ ପକ୍ଷରୁ ବ୍ରହ୍ମପୁର ସ୍ନେକ ହେଲ୍ପଲାଇନ ସହ ଯୋଗାଯୋଗ କରାଯାଇ ପାଇଥିଲା | ବ୍ରହ୍ମପୁରରୁ ଏକ ସ୍ବତନ୍ତ୍ର ଟିମ୍ ଆସିବା ପର୍ଯ୍ୟନ୍ତ ସାପ ଉପରେ ନଜର ରଖୁଥୁଲେ ମହେନ୍ଦ୍ର ବନାଞ୍ଚଳ ବନ ଅଧିକାରୀ ଅମିତ ଶୁଭ୍ରଜୀତ, ଗାରବନ୍ଧା ସେକ୍ସନର ବନପାଳ ଦୁର୍ଯ୍ୟଧନ ଜେନା ଏବଂ ତାଙ୍କ ଟିମ୍। ବ୍ରହ୍ମପୁର ସ୍ପେକ୍ ହେଲ୍ପଲାଇନ କର୍ମଚାରୀ ପହଞ୍ଚି ସାପକୁ ଧରିବାରେ ସଫଳ ହୋଇଥିଲେ। ପରେ ବନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ସାପକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ