ବାରଣାସୀ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କାଶୀନଗର ଠାରେ ଥିବା ବାରଣାସୀ ବିଦ୍ୟାଳୟ ଠାରେ ନୂତନ ଭାବେ ଚଇନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ଉଦେଶ୍ୟ ରେ ଏକ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାଗିରଥି ବେହେରା ଙ୍କ ଅଧ୍ୟକ୍ଷତା ରେ ଆରମ୍ଭ ହୋଇଥିଲା. ମୁଖ୍ୟ ଅତିଥି ଭାବେ ବଂଶଧାରା ପାଠାଗାର ସଭାପତି ହୃଷିକେଶ ଗୌଡ଼ ଉପସ୍ଥିତ ଥିବା ବେଳେ ସାହିତ୍ୟିକ ରବୀନ୍ଦ୍ର ନାଥ ମଲ୍ଲିକ ଓ ପ୍ରେସ କ୍ଲବ ସଭାପତି ଆନନ୍ଦ ପାତ୍ର, ବରିଷ୍ଠ ଶିକ୍ଷକ ଭି କୁରୁମୁନାଥମ ଓ ଅଶୋକ କୁମାର ଗୌଡ଼ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ନୂଆରେ ଆସିଥିବା ଛାତ୍ର ଛାତ୍ରୀଙ୍କ ମନରେ ଥିବା ପାଠ ପ୍ରତି ଭୟର ଦୂରୀଭୂତ କରିବା ପାଇଁ ଓ ସେମାନଂକୁ ବିଦ୍ୟାଳୟ ନିୟମିତ ଆସିବା ପାଇଁ ଆକୃଷ୍ଟ କରିବା ନିମନ୍ତେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଯେଉଁ ପ୍ରୟାସ କରିଛନ୍ତି ତାଙ୍କୁ ଉପସ୍ଥିତ ଥିବା ଅତିଥି ମାନେ ହୃଦୟ ପୂର୍ବକ ଧନ୍ୟବାଦ ଦେଇଥିଲେ.ବିଭିନ୍ନ ଶ୍ରେଣୀର ନବଗତା ଛାତ୍ର ଛାତ୍ରୀଙ୍କୁ ସଂସ୍କୃତିକ ନୃତ୍ୟ, କବିତା ପାଠ ତଥା ବକ୍ତୃତା ମାଧ୍ୟମରେ ବିଦ୍ୟାଳୟ ର ସଂସ୍କାର ମାନଙ୍କ ବିଷୟରେ ଅବଗତ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ