ମୋହନା ଆସନରୁ ବିଜେଡିର ଅନ୍ତର୍ଯମୀ ଏବଂ ବିଜେପିରୁ ପ୍ରଶାନ୍ତ ପ୍ରାର୍ଥୀପତ୍ର ଦାଖଲ କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀରୁ ଆଜି ବିଜେଡି ଓ ବିଜେପି ତରଫରୁ ଘୋଷିତ ପ୍ରାର୍ଥୀଦ୍ୱୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି. ମୋହନା ଆସନର ବିଜୁ ଜନତା ଦଳ ପ୍ରାର୍ଥୀ ଅନ୍ତର୍ଯମୀ ଗମାଙ୍ଗ ନିଜର ହଜାର ହଜାର ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ପାରଳାଖେମୁଣ୍ଡି ଠାରେ ଥିବା ନିର୍ବାଚନ ଅଧିକାରୀଙ୍କ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି. ସେହିପରି ମୋହନା ଆସନର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ମଲିକ ନିଜର ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ପାରଳାଖେମୁଣ୍ଡି ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ