ବିଜେପି ୱାର୍ଡ ସଭ୍ୟାଙ୍କ ସହ ଯୋଗଦେଲେ ଶତାଧିକ ବିଜେପି କର୍ମୀ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ବର ସଦର ବ୍ଲକ କୁରାଢିଆ ପଞ୍ଚାୟତର ପରମାନନ୍ଦପୁରରେ ବିଜୁ ଜନତା ଦଳ ତରଫରୁ ଏକ ବିଶାଳ ମିଶ୍ରଣ କାର୍ଯ୍ୟକ୍ରମ ପଞ୍ଚାୟତର ସଭାପତି ବରିଷ୍ଠ ଆଇନଜୀବୀ ଗୌର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ବିଜେପି ଦଳ ପରିତ୍ୟାଗ କରି ୨୦୦ରୁ ଅଧିକ କର୍ମୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ ଯୋଗଦେଇ ସମସ୍ତଙ୍କୁ ବିଜୁ ଜନତା ଦଳକୁ ସ୍ବାଗତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନାକୁ ଘରକୁ ଘର ପହଞ୍ଚାଇବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।ବିଜେଡିର ବାଲେଶ୍ବର ଲୋକସଭା ପାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାର ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ଯେଉଁ ସମ୍ମାନ ପ୍ରଦାନ କରିଛନ୍ତି ତାହା ନିଶ୍ଚିତ ଭାବେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି,ଆଗାମୀ ଦିନରେ ଏହି ପଞ୍ଚାୟତରେ ବିଜୁ ଜନତା ଦଳ ଅଧିକରୁ ଅଧିକ ସଂଗଠିତ ହେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା,ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ନାୟକ,କୁରାଢିଆ ପଞ୍ଚାୟତ ସମିତି ସଭ୍ୟ ରାଜକିଶୋର ମହାଳିକ,ରାଇସୁଆଁ ପଞ୍ଚାୟତ ସମିତି ସଭ୍ୟ ଦିପକ ଜେନା,ପଞ୍ଚାୟତ ଯୁବ ସଭାପତି ପ୍ରଶନ୍ନ ବେହେରା,ବରିଷ୍ଠ ବିଜେଡି ନେତା ଅକୁର ତରେଇ ପ୍ରମୁଖ ମଞ୍ଚାସିନ ଥିଲେ।ଭାରତୀୟ ଜନତା ପାର୍ଟି ଛାଡି ୱାର୍ଡ ସଭ୍ୟା ଅନୁପମା ମହାଳିକ,ଗୟାଧର ମହାଳିକ, ମହାଳିକ,ପାଗୁଲୁ ମହାଳିକ,ପିସି ମହାଳିକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ବିଜୁ ଜନତା ଦଳରେ ଯୋଗଦେଇ ଥିଲେ।ଆରମ୍ଭରୁ ଏକ ବିଶାଳ ପଟୁଆରରେ ବିଧାୟକ ଏବଂ ସାଂସଦ ପାର୍ଥିନୀଙ୍କୁ ପଞ୍ଚାୟତ ପରିକ୍ରମା କରଖଯିବା ସହ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ