ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଥିବା ଜଣାପଡିଛିl ମୃତକ ଜଣକ ହେଲେ ସେହି ଗ୍ରାମର ପ୍ରମୋଦ ଦଳାଇ l ସୂଚନା ପ୍ରକାରେ ପ୍ରମୋଦ କୌଣସି କାର୍ଯ୍ୟରେ ଗ୍ରାମ କୋଠ ଘର ପଛ ପଟକୁ ଯାଇଥିଲେ l ଅ ସାବଧାନ ବସତ କୋଠ ଘର ପଛ ପଟେ ଥିବା ବିଦ୍ୟୁତ ତାର ସଂସମ୍ପର୍ଶରେ ଆସିଥିଲେ ଲ ଫଳରେ ସେ ସେଠାରେ ଗୁରୁତର ହୋଇପଡି ଥିଲେ ସ୍ଥାନୀୟ ଜନସାଧାରଣ ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୋହନା ମେଡିକାଲକୁ ନେଇଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ମୋହନା ପୋଲିସ ମେଡିକାଲରେ ପହଂଚି ଶବକୁ ଜବତ କରିବା ସହ ତଦନ୍ତ ଜାରିରଖିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ