ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଜଣେ ଚାଷୀଙ୍କ ମୃତ୍ୟୁ

ବୁଗୁଡା,( ଅନିଲ କୁମାର ମହାରଣା ) : ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଓ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ତାଳସାକର ଗ୍ରାମରେ ବରାହ ଶିକାର ପାଇଁ ବିଛାଇଥିବା ବିଦ୍ଯୁତ ଫାସରେ ଲାଗି ଜଣେ ଚାଷିଙ୍କ ମୁତ୍ଯୁ ଘଟିଛି। ମୃତ୍ୟୁ ଚାଷୀ ଜଣକ ହେଲେ ତାଳସାକର ଗ୍ରାମର ଅରୁଣ ନାୟକ। ବରାହ ଶିକାର ପାଇଁ କୌଣସି ଏପ୍ରିଲ ୨୭ ତାରିଖ ପୂର୍ବ ରାତ୍ରରେ ତାଳସାକର ଗ୍ରାମର ଆଗୁଳ ତଳେ ବିଦ୍ୟୁତ ତାର ବିଛାଯାଇଥିଲା। ଚାଷୀ ଜଣକ ସେହି ବିଦ୍ୟୁତ ତାରରେ ଛନ୍ଦିହୋଇ ମୃତ୍ୟୁ ମୁଖରେ ପଡ଼ିଥିଲେ। ସକାଳେ ଗ୍ରାମର କିଛି ଗ୍ରାମବାସୀ ଏହାଦେଖି ପୋଲିସକୁ ଖବର ଦେଇଥିଲେ। ବନ ବିଭାଗ, ପୋଲିସ ବିଭାଗ ଓ ବିଦ୍ୟୁତ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା କରାଯାଉଥିଲେ ମଧ୍ୟ କେତକ ଅସାମାଜିକ ବ୍ୟକ୍ତି ବନ୍ଯଜନ୍ତୁ ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛାଇ ଶିକାର କରିଚାଲିଛନ୍ତି। ଯାହା ଫଳରେ ଏକ ଅମୂଲ୍ୟ ଜୀବନ ଚାଲିଯାଇଛି। ଖବର ପାଇ ବୁଗୁଡା ପୋଲିସ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ପୋଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମରଶରୀର ଜବତ କରି ବୁଗୁଡା ଥାନା କେଶ ନଂ ୩୦୩/୨୪ ପ୍ରକାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଶିକାର ପାଇଁ ତାର ବିଚାଇଥିବା ଅଭିଯୋଗରେ ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ତାଳସାକର ଗ୍ରାମର କୃଷ୍ଣଚନ୍ଦ୍ର ଜେନାଙ୍କୁ ଗିରଫ କରାଯାଇଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ