ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରାଚାଲାଣର ପର୍ଦାଫାଶ, କୋଟିଏ ଟଙ୍କାର ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ଜିଲ୍ଲା ଏସପି ସ୍ୱାତୀ କୁମାରଙ୍କ ନିର୍ଦେଶକ୍ରମେ ଗଜପତି ଜିଲ୍ଲାର ସମସ୍ତ ଅଞ୍ଚଳରେ ଲଗାତାର ପେଟ୍ରୋଲି ଆଦି ତନଖି ଆଦି ଜାରି ରହିଛି. ଏଭଳି ତନଖି ସମୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି. ଗଜପତି ଜିଲ୍ଲାରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ କୋଟିଏ ଟଙ୍କାରୁ ଉର୍ଦ୍ଧ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି. ଘଟଣା ନେଇ ମୋହନା ଥାନା ଆଇଆଇସି ବସନ୍ତ ସେଠୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ ଗତକାଲି ସନ୍ଧ୍ୟା ସମୟରେ ମୋହନା ଥାନାର କମଳାପୁର ଚେକ ଗେଟ ଠାରେ ତନଖି ବେଳେ ଏକ ବୋଲର ଗାଡ଼ିରୁ କୋଟିଏ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇକୁ ଜବତ କରାଗଲା. ଏହି ଗଞ୍ଜେଇ ମହାରାଷ୍ଟ୍ରକୁ ଚୋରାଚାଲାଣ ହେଉଥିଲା. ଏହି ଘଟଣାରେ ହେମନ୍ତ ସ୍ୱାଇଁ, ରମେଶ ସୁଆଲ ସିଂ 2 ଜଣଙ୍କୁ ଗିରଫ କରାଯାଇଛି. ଚୋରା ଚାଲାଣରେ ବ୍ୟବହୃତ ବୋଲର ଗାଡି ସହ 10 କ୍ଵିଣ୍ଟାଲ ଓଜନର 40 ବସ୍ତା ଗଞ୍ଜେଇକୁ ଜବତ କରାଯାଇଛି. ମୋହନା ଥାନାରେ ଏନେଇ ମୋକଦ୍ଦ୍ୱମା ରୁଜୁ କରାଯିବା ସହ ଘଟଣା ନେଇ ଆହୁରି ଅଧିକ ତଦନ୍ତ ଜାରି ରହିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ