ଆରୟନ ଏକାଡେମୀ ପକ୍ଷରୁ ପ୍ରତି ଯୋଗିତା

ବ୍ରହ୍ମପୁର, (ଅନିଲ କୁମାର):ଆରୟାନ ଏକାଡେମୀ ଗଞ୍ଜାମ କଳା ପରିଷଦ ଠାରେ ଓଡିଶା କଲଚୁରାଲ ଟ୍ରାଡିସନାଲ ଫେଷ୍ଟ ସୋ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ଅନଲାଇନ ଓ ଅଫ୍ ଲାଇନ ମାଧ୍ୟମରେ ନୃତ୍ୟ, ଚିତ୍ରାଙ୍କନ, କୈଉତୁକ ପୋଷାକ, ରଂଗୋଲି ଓ ପିଠା ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା। ଏପରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଏକାଡେମୀର ମୁଖ୍ୟ ପରିଚାଳକା ମିନା ଦାସ ଓ ଆରିୟନ ଦାସ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିଯୋଗି ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦିପ ସାହୁ ଅତିଥି ରୂପେ ଯୋଗଦେଇଥିବା ବେଳେ ସଂଯୋଜନାରେ ସୁପ୍ରଜିତ ସାହୁ ଏବଂ ବିଚାରକ ରୂପେ ମଧୁସ୍ମିତା ପାଢ଼ୀ, ଟ୍ରିପତୀ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ଏବଂ ଏକାଡେମୀ ର ଧନେଶ୍ଵର ଦାସଙ୍କ ସହ ରିତା ମହାରଣା, ପିଣ୍ଟୁ ଦାସ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ