ପର୍ଯ୍ୟବେକ୍ଷକ ମାନଙ୍କ ସମୀକ୍ଷା ବୈଠକ ଅବାଧ,ମୁକ୍ତ ଏବଂନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରସ୍ତୁତି ଏବଂ କାର୍ଯ୍ୟ ଖସଡା କିଭଳି ପ୍ରସ୍ତୁତି ହୋଇଛି, ସେହି ସମ୍ପର୍କରେ ଏକ ସମୀକ୍ଷା ବୈଠକ ସାଧାରଣ ପର୍ଯ୍ୟବେକ୍ଷକ ଏବଂ ପୋଲିସ୍ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଉଭୟ ଜିଲ୍ଲାର ସମୀକ୍ଷା ୨୦-ବ୍ରହ୍ମପୁର ଲୋକସଭା (ମୋହନା ଓ ଦିଗପହଣ୍ଡି) ସାଧାରଣ ପର୍ଯ୍ୟବେକ୍ଷକ ଗନ୍ଧମ୍ ଚନ୍ଦ୍ରଡୁ, ଭା.ପ୍ର.ସେ. ୨୦- ବ୍ରହ୍ମପୁର ଲୋକସଭା ସ୍ବରୂପ ପି. ଭା.ପ୍ର.ସେ. ଏବଂ ୨୦- ବ୍ରହ୍ମପୁର ଲୋକସଭା ପୋଲିସ୍ ପର୍ଯ୍ୟବେକ୍ଷକ ଅଜୟ ଲିଣ୍ଡା ଉପସ୍ଥିତ ରହି ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ନିର୍ବାଚନ ସଂକ୍ରାନ୍ତୀୟ ସମୀକ୍ଷା କରିଥିଲେ । ବିଶେଷ କରି ଉଭୟ ଜିଲ୍ଲା୍ର ଭୋଟର ସଂଖ୍ୟା, ବୁଥ୍ ଗୁଡିକର ସ୍ଥାନ ଓ ସ୍ଥିତି, ଆଧୁନିକ ବୁଥ୍, ଯୁବ ଭୋଟର ବୁଥ୍ , ସଖୀ ବୁଥ୍, ଭିନ୍ନକ୍ଷମ ବୁଥ୍, ପ୍ରକୃତି ବନ୍ଧୁ ବୁଥ୍, ସହାୟକକାରୀ ବୁଥ୍, ଇଭିଏମ୍ ପ୍ରସ୍ତୁତି, ପୋଲିଂ ଅଧିକାରୀ, ସେକ୍ଟର ପର୍ଯ୍ୟବେକ୍ଷକ, ମାଇକ୍ରୋ ପର୍ଯ୍ୟବେକ୍ଷକ ମାନଙ୍କର ପ୍ରଶିକ୍ଷଣ, ନିର୍ବାଚନ ଖର୍ଚ୍ଚ ପରିଚାଳନା, ଷ୍ଟାଫ୍ ନିଯୁକ୍ତ ଇତ୍ଯାଦି ସମସ୍ତ ବିଷୟରେ ପର୍ଯ୍ୟବେକ୍ଷକଗଣ ପଚାରି ବୁଝିଥିଲେ । ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ସମସ୍ତ ତଥ୍ୟ ରଖିଥିବା ବେଳେ ଗଜପତି ଜିଲ୍ଲାର ସମସ୍ତ ତଥ୍ୟ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଉପସ୍ଥାପନ କରିଥିଲେ । ଗଞ୍ଜାମ ଜିଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛିକିଯେ, ୨୦ ବ୍ରହ୍ମପୁର ଲୋକସଭା ନିମନ୍ତେ ପୋଲିସ୍ ପର୍ଯ୍ୟବେକ୍ଷକ ଅଜୟ ଲିଣ୍ଡା, ଆଇପିଏସ୍ ଙ୍କ ଯୋଗାଯୋଗ ନମ୍ବର ୯୬୯୨୧୮୫୧୬୪, ସାଧାରଣ ପର୍ଯ୍ୟବେକ୍ଷକ ସ୍ବରୂପ ପି. ଭା.ପ୍ର.ସେ.ଙ୍କ ଯୋଗାଯୋଗ ନମ୍ବର ୯୬୯୨୧୯୪୧୪୫, ମୋହନା ଓ ଦିଗପହଣ୍ଡି ବିଧାନ ସଭା ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ ଗନ୍ଧମ୍ ଚନ୍ଦ୍ରଡୁ ଭାପ୍ରସେ ଙ୍କ ଯୋଗାଯୋଗ ନମ୍ବର ୮୫୦୦୦୪୦୦୮୮ ଗଞ୍ଜାମ ଜିଲ୍ଲାରେ ଉପସ୍ଥିତ ଅଛନ୍ତି । ଯେ କୌଣସି ପ୍ରକାର ଆପତ୍ତି ଅଭିଯୋଗ ନିମନ୍ତେ ଉପରଲିଖିତ ନମ୍ବରରେ ଯୋଗାଯୋଗ କରି ଜଣାଇପାରିବେ । ଏହି ସମୀକ୍ଷା ବୈଠକରେ ପର୍ଯ୍ୟବେକ୍ଷକ ମାନଙ୍କ ସହିତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗ ମୋହନ ମୀନା, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ତଥା ଦକ୍ଷିଣାଞ୍ଚଳ ପୋଲିସ୍ ଉପ ମହାନିର୍ଦ୍ଦେଶକ ଡା. ସାର୍ଥକ ଷଡଙ୍ଗୀ, ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଶ୍ରୀ ସ୍ବାତି ଏସ୍. କୁମାର ମଞ୍ଚାସୀନ ଥିବା ବେଳେ ଉଭୟ ଜିଲ୍ଲାର ରିଟର୍ଣ୍ଣି ଅଧିକାରୀଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ