ଗଜପତିରେ ମିଡିଆ ସାର୍ଟିଫିକେଶନ ଆଣ୍ଡ ମନିଟରିଂ କମିଟି ବୈଠକ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ସାଧାରଣ ନିର୍ବାଚନ ପାଇଁ ଗଜପତି ଜିଲା ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଡ଼ିଆ ସାର୍ଟିଫିକେଶନ ଏବଂ ମନିଟରିଂ ନିଟରିଂ କମିଟି ବୈଠକ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଏହି ବୈଠକରେ ରାଜନୈତିକ ବିଜ୍ଞାପନର ପେଡ ନ୍ୟୁଜ ତଦାରଖ ଓ ଆଇନ ଉଲଂଘନ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏହି ସେଲ ଜରିଆରେ ପଞ୍ଜୀକୃତ ରାଜନୈତିକ ଦଳ, ଗୋଷ୍ଠୀ, ସଂଗଠନ, ପ୍ରାର୍ଥୀ, ବ୍ୟକ୍ତି ବିଶେଷଙ୍କ ଦ୍ୱାରା ବୈଦ୍ୟୁତିକ, ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ପ୍ରସାରଣ କରିବା ପୂର୍ବରୁ ପ୍ରମାଣପତ୍ର ପାଇଁ ନିର୍ଦ୍ଧାରିତ ଫର୍ମରେ ଏମସିଏମ୍‌ସି ମିଟିକୁ ଆବେଦନ କରି ପ୍ରମାଣ ପତ୍ର ସଂଗ୍ରହ କରିବେ। ପଞ୍ଜୀକୃତ ଦଳ କିମ୍ବା ପ୍ରାର୍ଥୀ ବିଜ୍ଞାପନ ପ୍ରସାରଣ ପାଇଁ ନିର୍ଦ୍ଧାରିତ ୩ ଦିନରୁ ଅଧିକ ଏବଂ ଅଣପଞ୍ଜୀକୃତମାନଙ୍କ ପାଇଁ ୭ ଦିନରୁ ଅଧିକ ସମୟ ପୂର୍ବରୁ ଆବେଦନ କରିବା ଆବଶ୍ୟକ ରହିଛି। ବିଜ୍ଞାପନର ପ୍ରାକ ପ୍ରମାଣ ପତ୍ର ନକଲ ବ୍ୟାନର, ପୋଷ୍ଟରରେ ଇତ୍ୟାଦି ଛପା ଓ ପ୍ରକାଶନର ପ୍ରିଣ୍ଟର ଓ ପ୍ରକାଶକ ନାମ ଠିକଣା ଓ ଫୋନ ନମ୍ବର ରଖୁବା ବାଧ୍ୟତାମୂଳକ ରହିଅଛି ବୋଲି ଜିଲାପାଳ ସ ସମସ୍ତ ରାଜନୈତିକ ପ୍ରତିନିନ୍‌ଙ୍କୁ ଅବଗତ କରେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ