ଯୋଡି ଶଙ୍ଖ ବିକାଶର ପରିଚୟ ସବୁଠି ମିଳୁଛି ଲୋକଙ୍କ ଅତୁଟ ବିଶ୍ୱାସ ଓ ଭଲ ପାଇବା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଆଜି ଠାରୁ ଜୋରଦାରରେ ଆରମ୍ଭ ହୋଇଛି l ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ପ୍ରଚାର ମୈଦାନକୁ ଓହ୍ଲାଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହିତ ଯୋଡି ଶଙ୍ଖ ବିକାଶର ପରିଚୟ, ଏଣୁ ଚଳିତ ନିର୍ବାଚନରେ ଯୋଡି ଶଙ୍ଖରେ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି । ଶନିବାର ବିଧାୟକ ବେହେରାଙ୍କ ନେତୃତ୍ୱରେ ବହୁ ଦଳୀୟ ନେତା କର୍ମୀ ମାନେ ସୁନ୍ଦରପୁର ସ୍ଥିତ ସୁନ୍ଦରେଶ୍ୱର ମନ୍ଦିର ରେ ପୂଜାର୍ଚ୍ଚନା କରି ଭିକାରିପଲ୍ଲୀ ପଂଚାୟତର ଗୋଲାପଲ୍ଲୀ ଠାରୁ ନିଜ ପ୍ରଚାର ଆରମ୍ଭ କରିଛନ୍ତି । ଓଡିଶାର ଜନ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁଁ ସଂକଳ୍ପ ନେବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିକାଶ ଧାରା ବଜାୟ ରଖିବା ସହ ଶାନ୍ତି ଶୃଙ୍ଖଳା ରହିବା ନିମନ୍ତେ ବିଜୁ ଜନତା ଦଳକୁ ସମର୍ଥନ କରନ୍ତୁ ବୋଲି ବିଧାୟକ ବେହେରା କହିଥିଲେ । ଏହି ଅବସରରେ ଶତାଧିକ ଦଳୀୟ କର୍ମୀ ଓ ବିଭିନ୍ନ ଗ୍ରାମର ମହିଳା ଓ ଭଦ୍ର ବ୍ୟକ୍ତି ମାନେ ବିଧାୟକ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଉଛନ୍ତି । ଏହି ପ୍ରଚାର ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷ ଏସ. ସାରଦା ରେଡ୍ଡୀ, ୨୧ ନଂ ଜିଲ୍ଲା ପରିଷଦ ସଭ୍ୟା ଛବିତା ବେହେରା, ୨୦ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଏମ୍‌. ଧନଞ୍ଜୟ ରେଡ୍ଡୀ, ୧୯ ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ଯୁବନେତା ଜ୍ୟୋତି ରଞ୍ଜନ ସାହୁ, ଛତ୍ରପୁର ପୌର ପରିଷଦର ଉପାଧ୍ୟକ୍ଷ ଜି. ପାପା ରାଓ, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ ଓ ଏସ୍‌. ଚକ୍ରପାଣି ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍‌. କିଶୋର ରେଡ୍ଡୀ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଉପସଭାପତି କାହ୍ନୁ ଚରଣ ବେହେରା, ଯୁବ ବିଜେଡି ଛତ୍ରପୁରସଭାପତି ଟି. ଚନ୍ଦ୍ର ଶେଖର ରାଓ, ଯୁବ ବିଜେଡି ଗଂଜାମ ସଭାପତି ସୁଧୀ କୁମାର ପାଢୀ, ନିଳାଦ୍ରୀ ପ୍ରଧାନ, ପୂର୍ବତନ ସରପଞ୍ଚ ଶ୍ରୀରାମ ବେହେରା, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ଟୁକୁନା ପୁରୋହିତ, ଭଗବାନ ନାହାକ, ଅଶୋକ ପ୍ରଧାନ, ସୁନ୍ଦରପୁର ସରପଞ୍ଚ ଗଗନ ବେହେରା, ସମିତି ସଭ୍ୟା ସୁଜ୍ଞାନୀ ସେଠୀ , ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ସମ୍ପାଦକ ଏଲ. ଗୋପାଳ ରାଓ, ଛତ୍ରପୁର ପୌର ପରିଷଦର କାଉନ ସିଲର ଦେବାଶିଷ ମିଶ୍ର, ପ୍ରିତିଛନ୍ଦା ସାମଲ, ସନ୍ତୋଷୀ ସେଠୀ, ବି. ନିଶ୍ଚଳା, କେ. ରମେଶଙ୍କ ସମେତ ଭିକାରୀପଲ୍ଲୀ ପଞ୍ଚାୟତର କେ.ଚେନେୟା ପାତ୍ର, କେ.ଜଗନ୍ନାଥ ପାତ୍ର, ବି.ଲିଙ୍ଗରାଜପାତ୍ର, ପୂର୍ବତନ ସରପଞ୍ଚ ଧବଳେଶ୍ୱର ପ୍ରଧାନ, କାଳି ଚରଣ ମିଶ୍ର, ଶଶିଧର ପଣ୍ଡା ଓ ବୁଲୁ ସୁବୁଦ୍ଧି ପଞ୍ଚାୟତର ବହୁ ମହିଳା, ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ସେହିପରି ଅପରାହ୍ନରେ ବିଧାୟକ ଶ୍ରୀ ବେହେରା ବିପୁଳିଙ୍ଗି ପଞ୍ଚାୟତରେ ନିର୍ବାଚନୀ ପ୍ରଚାର କରିଥିଲେ । ସରପଞ୍ଚ ହିନା ସେଠୀ, ବରିଷ୍ଠ ନେତା ସୁରେଶ ଦାଶ, ପୂର୍ବତନ ସରପଞ୍ଚ ଟି. ନରସିଂହ ରେଡ୍ଡୀ, ପୂର୍ବତନ ସରପଞ୍ଚ ଜୟଦେବ ଲେଙ୍କା. ଲକ୍ଷଣ ସେଠୀ ଓ ବହୁ ଦଳୀୟ ନେତା କର୍ମୀ ଉପସ୍ଥିତରେ ପଞ୍ଚାୟତରେ ପ୍ରଚାର ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ