ତପ୍ତପାଣି ଘାଟିରେ ବୋରୱେଲ ଟ୍ରକ୍ ଓଲଟି୪ ଗୁରୁତର ୬ ଆହତ

ସାନଖେମୁଣ୍ଡି,( ପଦ୍ମଲୋଚନ ପାଣିଗ୍ରାହୀ): ଗଜପତି -ଗଞ୍ଜାମ ସୀମାନ୍ତ ପାଟପୁର ଥାନା ଅର୍ନ୍ତଗତ ତପ୍ତପାଣି ଘାଟିରେ ବୋରୱେଲ୍ ଟ୍ରକ୍ ଦୁର୍ଘଟଣା ଘଟି ୪ ଗୁରୁତର ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପାଟପୁର ପୋଲିସ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କରି ଆମ୍ବୁଲେସ ଯୋଗେ ଦିଗପହଣ୍ଡି ମେଡିକାଲ ରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ସଙ୍କଟାପନ୍ନ ଅବସ୍ଥାରେ ୪ ଜଣକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।ସାମାନ୍ୟ ଆହତ ଙ୍କୁ ଚିକିତ୍ସା କରାଯାଇଛି। ଗୁରୁତର ଆହତ ମାନେ ହେଲେ ନବରଙ୍ଗପୁର ଜିଲ୍ଲାର ପୂର୍ଣ୍ଣ ଚନ୍ଦ୍ର ସାହୁ (୧୯) ଆନନ୍ଦ ଭଦ୍ରା(୨୦) ଛତିଶଗଡ଼ ଜିଲ୍ଲାର ଯୋଗୀ ବାଗା(୨୬)ଅରୁଣ ତୋରନ ଆହତ ଙ୍କ ମଧ୍ୟରେ ୬ ଜଣ ଫୁଲବାଣୀ ଜିଲ୍ଲା ର ତ୍ରିଲୋଚନ ସାହୁ(୨୪) ଡ୍ରାଇଭର ସନ୍ଥ ପ୍ରଧାନ( ୩୫)ଗାରାବନ୍ଧ ଗ୍ରାମର କାଳିଆ କହଁର( ୧୮) ଛସିଶଗଡ ଜିଲ୍ଲାର ରାମ ସୁନ୍ଦର, ନବରଙ୍ଗପୁର ଜିଲ୍ଲାର ବୈପାରିଗୁଡ଼ା ବ୍ଲକ କୁନ୍ଦୁଳା ଗ୍ରାମର ଜଗନ୍ନାଥ କାକାଡ଼ିଆ(୩୦) ବିହାରୀଗୁଡ଼ା ଗ୍ରାମର ଦୈତାରି ଗୌଡ଼ ବୋଲି ଜଣାପଡ଼ିଛି।ଘଟଣାରୁ ପ୍ରକାଶ ବ୍ରହ୍ମପୁର ର ବୋରୱେଲ ଟ୍ରକ୍ ଟି (ଓଆର -୦ ୭ଭି ୦୭୨୯)ଗଜପତି ଜିଲ୍ଲା ପାଣିଗଣ୍ଡା ଗ୍ରାମରେ ନଳ କୂପ ଖୋଳି ରବିବାର ଦିନ ଗଜପତିରୁ ଭୋରୁ ଗଞ୍ଜାମ ବ୍ରହ୍ମପୁର କୁ ଫେରୁଥିବା ବାଟରେ ତପ୍ତପାଣି ଘାଟି ରୁ ଓହ୍ଲାଉଥିବା ବେଳେ ଆଶ୍ରମ ସ୍କୁଲ ନିକଟ ବୁଲାଣିରେ ଓଲଟି ପଡ଼ିଥିଲା।ଖବର ପାଇ ପୁଡ଼ାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ପାଟପୁର ପୋଲିସ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ହୋଇଥିବା ବ୍ୟକ୍ତି ଏବଂ ଟ୍ରକ ତଳେ ଚାପି ହୋଇଥିବା ୪ଜଣଙ୍କୁ କଟର ମେସିନ ରେ କାଟି ବାହାର କରିଥିବା ଦେଖିବାକୁ ମିଳିଥିଲା।ଆହତଙ୍କୁ ଚିକିତ୍ସା ପରେ ଛଡାଯାଇଥିଲା ବେଳେ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଏନେଇ ଟ୍ରକ ଦୁର୍ଘଟଣାରେ ତଦନ୍ତ ଚଳାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ