ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅତୁଳନୀୟ

ବ୍ରହ୍ମପୁର, (ଅନିଲ କୁମାର):ଏକଦା ଆଗଙ୍ଗା ଗୋଦାବରୀ ବିସ୍ତୃତ ବିଶାଳ ଭୂଖଣ୍ଡ ଉତ୍କଳ ଶସ୍ୟଶ୍ୟାମଳା, ସୁଜଳାସୁଫଳା, ସୁବିସ୍ତୃତ ବେଳାଭୂମି ଏବଂ ନୌବାଣିଜ୍ୟ ରେ ଧନଧାନ୍ୟ ପରିପୂର୍ଣ୍ଣ ଥିଲା ତାହା ବାରଂବାର ବହିର୍କାମଣ, ବନ୍ୟା ବାତ୍ୟା ,ମରୁଡି ଏବଂ ନ’ଅଙ୍କ ଦୁର୍ଭିକ୍ଷ ଭଳି ପ୍ରାକୃତିକ ବିପର୍ଯ୍ୟୟ ରେ ତାର ମେରୁ ଦଣ୍ଡ ଭାଙ୍ଗି ପଡିଥିଲା।ଇଂରାଜୀ ଶାସନ ସମୟରେ ସ୍ବାଧୀନତା ସଂଗ୍ରାମୀ ରେବହୁ ରକ୍ତପାତ ହୋଇଥିଲା ପରେ ପରେ ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ପ୍ରାଦେଶିକ ଶାସନାଧୀନ ଥିଲାବେଳେ ତା’ର ଭାଷାର ଅସ୍ତିତ୍ବ ଲୋପ କରିଦେବା ପାଇଁ ଯେଉଁ ହୀନ ଚକ୍ରାନ୍ତ ମଧ୍ୟ କରାଯାଇଥିଲା । ତାକୁ ପ୍ରତିହତ କରିବା ପାଇଁଉତ୍କଳ ଗୌରବ ମଧୁସୂଦନ ଦାସ ଯେଉଁ ପ୍ରୟାସ ଆରମ୍ଭ କରିଥିଲେ ଖଲ୍ଲିକୋଟ ରାଜା ସାହେବ ହରିହର ମର୍ଦ୍ଦରାଜ ୧୯୦୨ ମସିହାରେ ପୁତ୍ର ରାମଚନ୍ଦ୍ର ଙ୍କ ଦ୍ବିତୀୟ ଜନ୍ମଦିନ ଅବସରରେ ଆହୁତ ସଭା ରେ ସ୍ବତନ୍ତ୍ର ପ୍ରଦେଶ ଗଠନର ସୂତ୍ରପାତ ହୋଇଥିଲା । ଏବଂ ଗଞ୍ଜାମ ସମିତି ର ଅଭୂତପୂର୍ବ ସଫଳତାରୁ ଉତ୍କଳ ସମ୍ମିଳନୀ ଜନ୍ମ ଲାଭ କରି ଏକନିଶସ୍ତ୍ର ଆନ୍ଦୋଳନ ରେ ପରିଣତ ହୋଇଥିଲା। ପରବର୍ତ୍ତୀ ସମୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ଭାରତ ସ୍ବାଧୀନତା ଏକ ଦଶନ୍ଧି ପୂର୍ବରୁ ୧୯୩୬ ଏପ୍ରିଲ ୧ ରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇପାରିଥିଲା। ଏଥିପାଇଁ ବହୁ ରାଜନ୍ୟ ବର୍ଗ ଜନସାଧାରଣ ଙ୍କ ଅବଦାନ ମଧ୍ୟ ଅବଦାନ ରହିଥିଲା ବୋଲି ଉତ୍କଳ ସମ୍ମିଳନୀ ଦ୍ବାରା ଆହୁତ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୭ ତମ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୩ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଙ୍କ ସମେତ ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ। ଏବଂ ଆଜି ମଧ୍ୟ ଓଡିଶାର ସୀମା ସରହଦ ର ସୁରକ୍ଷା ଏବଂ ଭାଷା ର ବହୁଳ ପ୍ରଚାର ପ୍ରସାର ର ଆବଶ୍ୟକତା ରହିଛି ବୋଲି ମଧ୍ୟ ଆଲୋଚନା କରାଯାଇଥିଲା। ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଜୟନ୍ତୀ ସମାରୋହ ରେ ସମ୍ମିଳନୀ ର ସଭାପତି ଡ ସୁବ୍ରତ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଫେସର ଡକ୍ଟର ବିଷ୍ଣୁ ଚରଣ ଚୌଧୁରୀ ଆଭାସୀ ମାଧ୍ୟମରେ ଯୋଗଦାନ କରି ଏହାକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବରେବିଶିଷ୍ଟ ଗବେଷକ ତଥା ନବଗଠିତ “ଉତ୍କଳ ଗୌରବ ମଧୁସୂଦନ ଦାସ ବିଚାର ମଞ୍ଚ”ର ସଭାପତି ଡକ୍ଟର ବାୟାମନୁ ଚର୍ଚ୍ଚି , ସମ୍ମାନିତ ଅତିଥି ଭାବରେ ଉପସଭାପତି ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ବନମାଳୀ ପାଣିଗ୍ରାହୀ, ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସିନ ହୋଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ବର୍ତ୍ତମାନ ସମୟରେ ମଧ୍ୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସହିତ ମଧୁବାବୁ ଙ୍କ ସମ୍ପର୍କରେ ବହୁ ଅନାଲୋଚିତ ତଥ୍ୟ ରହିଯାଇଛି ତାକୁ ଲୋକ ଲୋଚନକୁ ଆଣିବା ପ୍ରାଥମିକ ବିଦ୍ୟାଳୟ ଠାରୁ ବିଶ୍ବବିଦ୍ୟାଳୟ ଯାଏଁ ଆମ ପୂର୍ବସୂରୀଙ୍କ ସମ୍ପର୍କରେ ଆଲୋଚନା କରାଯିବା ସହ ବିଜ୍ଞାନ ସମ୍ମତ ତଥା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଆମ ଭାଷା ର ବହୁଳ ବ୍ୟବହାର କରିବା ଉପରେ ଗୁରୁତ୍ବ ଆରୋପ କରାଯିବା ସହ ସୀମା ସୁରକ୍ଷା ନିମନ୍ତେ ସରକାରଙ୍କ ସହ ବୁଝାମଣା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବରପୁତ୍ରମାନଙ୍କ ଜୟନ୍ତୀ ଉପଲକ୍ଷେ ସମ୍ମିଳନୀ ତରଫରୁ ଗତ ୨୬/୦୪/୨୦୨୪ ରେ ମହାରାଜାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଛି ଏବଂ ସକାଳ ସମୟରେ ଗାନ୍ଧୀନଗର ସ୍ଥିତ ମଧୁବାବୁ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।ଅନୁଷ୍ଠିତ ଜୟନ୍ତୀ ସମାରୋହ ରେ ସହ ସମ୍ପାଦକ ରାଜକିଶୋର ସ୍ବାଇଁ,ଡାକ୍ତର ସମରେନ୍ଦ୍ର କୁମାର ସାହୁ, ସୀମାଞ୍ଚଳ ପ୍ରସାଦ ବିଷୋୟୀ, ମହାନ ସଂଘର ପ୍ରତିଷ୍ଠାତା ସୁଶାନ୍ତ କୁମାର ସାବତ ଦେବବ୍ରତ ଦେବ, ସୁଶାନ୍ତ କୁମାର ବିଷୋୟୀ,ଗୌରୀଶଙ୍କର ପଟ୍ଟନାୟକ, ନବୀନ କୁମାର ପଟ୍ଟନାୟକ , ବିଜୟ ଚନ୍ଦ୍ର ନନ୍ଦ, ମହମ୍ମଦ ଆସଲାମ, ହାଡିବନ୍ଧୁ ମାଳି, ଶ୍ୟାମ ସୁନ୍ଦର ଖାଡଙ୍ଗା,ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ଶ୍ରୀମତି ସବିତା ସାହୁକାର, ଶ୍ରୀମତୀ ପଦ୍ମିନୀ ମିଶ୍ର ଶ୍ରୀମତୀ ରିତାଞ୍ଜଳି ସ୍ବାଇଁ,ବିରୁପାକ୍ଷ ଦାଶ, କାମାକ୍ଷି ପ୍ରସାଦ ପତି,ଲାଲମୋହନ ପଟ୍ଟନାୟକ ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ଯା ଅଂଶଗ୍ରହଣ କରିଥିଲେ। ଡ଼ାକ୍ତର ସମରେନ୍ଦ୍ର କୁମାର ସାହୁ ଆଲୋଚନା ରେ ଅଂଶଗ୍ରହଣ କରି ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ