ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦିଗପହଣ୍ଡି ନିର୍ବାଚନ କାର୍ଯ୍ୟ ସମୀକ୍ଷା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ୨୦-ବ୍ରହ୍ମପୁର ଲୋକସଭା ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୌରଭ ଦୁବେ ଏବଂ ଚନ୍ଦ୍ରିତା ଗର୍ଗ ଦିଗପହଣ୍ଡି ଗସ୍ତ କରି ଗୋଷ୍ଠୀ ଉନ୍ନୟନ ଅଧି୍କାରୀ ଚିତ୍ତ ରଞ୍ଜନ ଦାଶ, ହତସିଲଦାର-ତଥା- ନିର୍ବାଚନ ପରିଚାଳନା ଅଧିକାରୀ ଅଶୋକ ତ୍ରିପାଠୀ ଏବଂ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରି ନିର୍ବାଚନ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଶେଷକରି ବିଭିନ୍ନ ଚଢାଉ କାର୍ଯ୍ୟ କିଭଳି ଚାଲିଛି, ଯାନବାହନ ଯାଂଚ୍ କରିବା ସମୟରେ ଅଧିକାରୀଗଣ କେଉଁ ଦିଗପ୍ରତି ସଚେତନ ହୋଇ କାର୍ଯ୍ୟ କରିବେ ସେଥି ନିମନ୍ତେ ପରାମର୍ଶ ଦେଇଥିଲେ । ତତ୍ ସହିତ ଯାନବାହନ ଯାଂଚ୍ କାର୍ଯ୍ୟ କିଭଳି ଚାଲିଛି ତାହା ମଧ୍ୟ ପରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ