ବଜ୍ରଘାତ ରେ ଯୁବକ ମୃତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବିଜୟ ପଦ୍ମନାଭପୁର ଲାଡ଼ି ଗାଁ ର ଶଙ୍କର ନାଇକ  ବଜ୍ରାଘାତ ରେ ମୃତ୍ୟୁବରଣ କରିଛନ୍ତି।ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୫ ଟାରେ ବର୍ଷା ପବନ ହୋଇଥିଲା। ଶଙ୍କର  ତାଙ୍କ ପୁଅ ରୋମିଓ ଙ୍କ ସହ ଗ୍ରାମ ନିକଟସ୍ଥ ପ୍ଲଟ ପୋଖରୀ ରୁ ଗାଧୋଇ ଘରକୁ ଫେରୁଥିବା ବେଳେ ଆକସ୍ମିକ ବଜ୍ରପାତ ଘଟିବାରୁ ସେ ଚେତାଶୂନ୍ୟ ଅବସ୍ଥାରେ ରାସ୍ତା ଉପରେ ଟଳି ପଡ଼ିଥିଲେ।ପାଖରେ ଥିବା ପୁଅ ଦୌଡ଼ି ଆସି ଗ୍ରାମବାସୀ ଙ୍କୁ ଘଟଣା ଜଣାଇଥିଲେ।ପରିବାର ଲୋକେ ଗ୍ରାମବାସୀ ଙ୍କ ସହାୟତା ରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ପୋଲିସ କୁ ଖବର କରିଥିଲେ।ଦିଗପହଣ୍ଡି ଥାନା ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରିବା ସହ ଥାନା ଅପମୃତ୍ୟୁ ମାମଲା ନଂ.୫/୨୪ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ