ବିଜେଡିକୁ ଶକ୍ତ ଝଟକା ବିଜେଡିର ଜିଲ୍ଲା ଉପସଭାପତି ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ନିର୍ବାଚନ ଯେତେ ପାଖେଇ ଆସୁଛି ଗଜପତି ଜିଲ୍ଲାରେ ବିଜୁ ଜନତା ଦଳ ସେତିକି ଦୁର୍ବଳ ହେବାରେ ଲାଗିଛି. ଜିଲ୍ଲାର ବିଜେଡି ଉପସଭାପତି ତଥା ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ ଆର. ବିଜୟକୁମାର ବିଜେଡିରୁ ଇସ୍ତଫା ଦେଇ ବିଜେପିର ଯୋଗଦାନ କରିଛନ୍ତି । ସେ ଜଣେ ଭଲ ସଂଙ୍ଗଠକ ଥିଲେ । ଦଳରେ ତାଙ୍କୁ ବାରମ୍ବାର ଅଣଦେଖା ସହ ଗୁରୁତ୍ୱ ନଦେବା ଯୋଗୁଁ ମୋହନା ନିର୍ବାଚନ ମଣ୍ଡଳିର ରାୟଗଡ ବ୍ଲକ ଅଧୀନସ୍ଥ ନାରାୟଣପୁର ପଞ୍ଚାୟତର ପୁର୍ବତନ ସରପଞ୍ଚ ମାଗୁଣି ମହାପାତ୍ର ଏବଂ ସମର୍ଥକଙ୍କ ସହ ଗଞ୍ଜାମ ଜିଲ୍ଲା ଆପ୍ସପୁଆ ଠାରେ ଗତକାଲି ଅନୁଷ୍ଠିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବିଶାଳ ଜନସଭା କାର୍ଯ୍ୟକ୍ରମରେ ଯୋଗଦାନ କରି ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଉଭୟେ ଦୀର୍ଘବର୍ଷ ହେବ ମୋହନା ନିର୍ବାଚନ ମଣ୍ଡଳିରେ ବିଶେଷ କରି ରାୟଗଡ ବ୍ଲକରେ ବିଜେଡି ଦଳ ପାଇଁ ନିର୍ବାଚନ ସମୟ ହେଉ କିମ୍ବା ଦଳୀୟ କାର୍ଯ୍ୟକ୍ରମ ହେଉ ଉତ୍ସଗୀକୃତ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ଏପରିକି ବିଜୟ ମୋହନା ନିର୍ବାଚନ ମଣ୍ଡଳିରେ ରହିଥ‌ିବା ତେଲୁଗୁ ଭାଷାଭାଷିଙ୍କ ପାଖାପାଖି ୧୦ହଜାର ଭୋଟ ନିଜ ଅକ୍ତିଆରରେ ରଖୁଥିଲେ । କେବଳ ବିଜେଡି ବିଜୟକୁ ହରାଇନି ତାହା ସହ ୧୦ହଜାର ଭୋଟ ମଧ୍ଯ ହରାଇଛି । ସେପଟେ ମୋହନାରେ ଦିଆଯାଇ ଥୁବା ବିଧାୟକ ପ୍ରାର୍ଥଙ୍କୁ ନେଇ ବିଜୟ ଅସନ୍ତୁଷ୍ଟ ଥିଲେ । ତେବେ ସେ ଦଳ ପରିବର୍ତ୍ତନ କରିବେ ବୋଲି ବିଜେଡିର ତୃଣମୂଳରୁ ତୁଙ୍ଗ ନେତୃତ୍ୱ ଜାଣିଥିଲେ ମଧ୍ୟ ଚୁପ ରହିଥିଲେ । ଯାହାର ପ୍ରତିଫଳ ଦେଖୁବାକୁ ମିଳିଲା । ସେପଟେ ବିଜେଡି ବିଜୟଙ୍କୁ ହରାଇ ୧୦ହଜାର ଭୋଟ ହେରାଇଥିବା ବେଳେ ବିଜେପି ବିଜୟଙ୍କ ଯୋଗଦାନ ଯୋଗୁଁ ବିଜେପିଙ୍କୁ ୧୦ ହଜାର ଭୋଟ ଅଧିକା ମିଳିବ ବୋଲି ରାଜନୈତିକ ସମୀକ୍ଷକ ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ