ପାରଳାରେ ତୃଷ୍ଣା ମେଣ୍ଟାଇବା ପାଇଁ ତରଭୁଜ ବଣ୍ଟନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) ପାରଳାଖେମୁଣ୍ଡି ସହର ଚଳିତ ବର୍ଷ ରାଜ୍ୟରେ ଉତ୍ତପ୍ତ ସହ ସହର ଭାବେ ପରିଗଣିତ ହେଉଛି। ଦୈନନ୍ଦିନ ପାରା ୪୦ ପାର ହେଉଥ‌ିବା ବେଳେ ଅସହ୍ଯ ଗରମରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ। ଏହାକୁ ଦୃଷ୍ଟିରେ ରଖ୍ ପ୍ରଶାସନ ତଥା ପୌରପରିଷଦ, ବିଭିନ୍ନ ବିଭାଗ ଓ ସଂଗଠନ ଜଳଛତ୍ରର ଆୟୋଜନ କରୁଥିବା ବେଳେ ପାରଳା ସହରର ଫ୍ରେଣ୍ଡ୍କ୍ଲବ ଅଭିନବ ଉପାୟ ଅବଲମ୍ବନ କରି କରି ଲୋକଙ୍କୁ ଆଜି ବଜାର ଛକରେ ତୃଷ୍ଣ ତୃଷ୍ଣା ମେଣ୍ଟାଇବା ପାଇଁ ତରଭୁଜ ଖଣ୍ଡ ଦେଉଥିବାର ଦେଖୁବାକୁ ମିଳିଛି। ଲୋକେ ତରଭୁଜ ଖାଇ ତୃଷ୍ଣା ମେଣ୍ଟାଇବା ସହ ତରଭୁଜ ଭଳି ପାଣିଜାତୀୟ ଫଳ ଖାଇ ମଜା ନେଉଥିବାର ଲକ୍ଷ୍ୟ କରାଯାଇଥିଲା। ଫ୍ରେଣ୍ଡସ୍ କ୍ଲବର ଏପରି ଅଭିନବ ଉପାୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ