ଜବାହର ନବୋଦୟ ବିଦ୍ୟାଳୟ ବାର୍ଷିକ ଉତ୍ସବ

କୋଣାର୍କ,(ଗଣେଶ୍ୱର ବେହେରା): କୋଣାର୍କରେ ଥିବା ପୁରୀ ଜିଲ୍ଲାର ଏକମାତ୍ର ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଶ୍ରୀମତୀ ଶ୍ୱେତପଦ୍ମା ଧଳ, ଅନ୍ୟତମ ଅତିଥି ଭାବେ କାନାରା ବ୍ୟାଙ୍କ ପରିଚାଳକ ମନୋଜ ପ୍ରଭାକର, ଜବାହର ନବୋଦୟ ବିଦ୍ୟାଳୟ ପ୍ରିନସିପାଲ ନୃସିଂହ ଚରଣ କର, ଭାଇସ ପ୍ରିନସିପାଲ ସୁନିତି ସ୍ବାଇଁ, ନବୋଦୟ ନେତୃତ୍ବ ସଂସ୍ଥାନ ସହ ସଂଯୋଜକ ସନ୍ଦ୍ୟା ରାଣୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଅଧକ୍ଷ ଶ୍ରୀଯୁକ୍ତ କର ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରି ବିଗତ ବର୍ଷରେ ବିଦ୍ୟାଳୟର କୃତିତ୍ୱ ବିଷୟରେ ବ୍ୟାପକ ସୁଚନା ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା ବରିଷ୍ଠ ଶିକ୍ଷକ ରମେଶ କୁମାର ଯାଦବ ଓ ଶିକ୍ଷୟତ୍ରୀ ରତ୍ନମଞ୍ଜରୀ ବେହେରା।
ଉତ୍ସବରେ ଶିକ୍ଷକ ପ୍ରତାପ କୁମାର ସାହୁ, ଲକ୍ଷ୍ମୀଧର ମଲ୍ଲିକ ଙ୍କ ସମେତ ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ। ଶେଷ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ