ରାଜ୍ୟ ବାହାରକୁ ୨୦କ୍ଵିଣ୍ଟାଲ ମହୁଲ ଚୋରାଚାଲାଣ ବେଳେ ଜବତ, ୨ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ସହ ଜିଲ୍ଲାରେ ଶାନ୍ତି ବଜାୟ ରହିବା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବା ସହ ଆବଶକ୍ୟ ପେଟ୍ରୋଲିଂ କରିବା ପାଇଁ ନିର୍ଦେଶ ଦେଇଛନ୍ତି. ଏହାକୁ ଭିତ୍ତିକରି ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ପ୍ରତେକ୍ଷ ତତ୍ୱାବଧାନରେ ସମଗ୍ର ଜିଲ୍ଲାରେ ଅବକାରୀ ବିଭାଗ ତରଫରୁ ପେଟ୍ରୋଲି ଓ ବିଭିନ୍ନ ଯାଞ୍ଚ ଆଦିକୁ କଡାକଡ଼ି କରାଯାଇଛି. ଏଭଳି ଯାଞ୍ଚବେଳେ ୫୦ ଗୋଟି ବସ୍ତାରେ ୨୦କ୍ଵିଣ୍ଟାଲ ମହୁଲ ରାଜ୍ୟ ବାହାରକୁ ଚୋରାଚାଲାଣ ହେଉଥିଲା. ଏହାକୁ ଜବତ କରାଯାଇ ଏଥିରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପାରଳା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଏସ ଆଇ ଦୟାନିଧି ବାରିକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ ଜାତୀୟ ରାଜପଥ ୩୨୬(ଏ) ରାସ୍ତାରେ ଯାଞ୍ଚ ଚାଲିଥିବା ସମୟରେ ପରିସଲ ଗ୍ରାମ ନିକଟରେ ଏକ ପିକଅପ ଭ୍ୟାନ ନଂ ଓ ଡି-୦୭-ଏ ଆର-୬୩୭୮କୁ ସନ୍ଦେହରେ ଅଟକାଇଥିଲେ। ତନଖି କରିବା ସମୟରେ ସେଥିରୁ ୨୦ କ୍ଵିଣ୍ଟାଲ ମହୁଲ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା। ଗାଡ଼ିଟି ମଲବା ଦିଗରୁ ରାଇଗଡ ଆଡେ ଯାଉଥିବା ଜଣାପଡିଛି। ଏଥିରେ ଦୁଇ ଅଭିଯୁକ୍ତ ସାଗର ପାଇକ (୨୬) ଓ ଖାଗେସ ପାଇକ (୨୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଏବଂ ଗାଡ଼ିକୁ ଜବତ କରାଯାଇଛି। ଏହି ଚଢ଼ାଉରେ ଏ ଏସ ଆଇ ଲକ୍ଷ୍ମୀ ଦେବୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଜୋରଦାର ଧର ପଗଡ କରାଯାଉଛି। ଜବତ ମହୁଲର ଆନୁମାନିକ ମୂଲ୍ୟ ୬୦ହଜାର ତଙ୍କ ହବ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ