ବଡ଼ଗାଁରେ ଗୋଷ୍ଠୀ ସଂଘର୍ଷରେ ୧୦ ଆହତଙ୍କୁ ଭେଟିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୁରାଣ୍ଡି ଥାନା ଅନ୍ତର୍ଗତ ବଡ଼ଗାଁରେ ଗୋଷ୍ଠୀ ସଂର୍ଘଷ ହୋଇଛି। ଉଭୟ ଗୋଷ୍ଠୀର ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କୁ ଗତକାଲି ପାରଳାଖେମୁଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକ ଭେଟି ସ୍ବାସ୍ଥାବସ୍ଥା ପଚାରି ବୁଝିଛନ୍ତି। ଗୁରାଣ୍ଡି ଥାନାରେ ଉଭୟ ଗୋଷ୍ଠୀ ପକ୍ଷରୁ ମାମଲା ରୁଜୁ ହୋଇଥିବା ଆଇଆଇସି ରବୀନ୍ଦ୍ର ପାତ୍ର କହିଛ । ଗତ ଶୁକ୍ରବାର ମୁଖ୍ୟ ରାସ୍ତାରେ ପାଣି ଜମି ରହିଥିଲା। ଗୋଟିଏ ଗୋଷ୍ଠୀର ଗାଡ଼ି ଯାଉଥିବା ବେଳେ ପାଣି ଛିଟିକି ଅନ୍ୟ ଗୋଷ୍ଠୀ ଉପରେ ପଡ଼ିଥିଲା। ଏହାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା। ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟ ଗୋଷ୍ଠୀର କ୍ଷୀର ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖା ଖାନା ନିଆଯାଇଥିଲା । ଅଧୂକ ଚିକିତ୍ସା ପାଇଁ ଆଜି ପାରଳାଖେମୁଣ୍ଡି ଡାକ୍ତରଖାନା ନିଆଯାଇଥିଲା। ବେଡ଼ଗାଁର ରଙ୍ଗବତୀ ବରାଡ ଘରେ ଥିବାବେଳେ କିଛି ଲୋକ ତାଙ୍କୁ ମାରଣାସ୍ତ୍ରରେ ଘରେ ପଶି ଆକ୍ରମଣ କରିଥିବା ଥାନାରେ ଅଭିଯୋଗ କରିଛନ୍ତି। ପାରଳାଖେମୁଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକ ଆହତ ବ୍ୟକ୍ତି ମାନଙ୍କୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟିଛନ୍ତି। ପ୍ରକୃତ ଘଟଣା ବିଷୟରେ ଅବଗତ ହେବାପରେ ଆହତଙ୍କୁ ନ୍ୟାୟ ଦେବା ପାଇଁ ଇଁ ସେ ଗଜପତି ଏସ୍‌ପିଙ୍କୁ ସାକ୍ଷାତ କରିବେ ବୋଲି ବୋଲି କହିଛନ୍ତି। ବର୍ତ୍ତମାନ ନିର୍ବାଚନ ସମୟ ଚାଲିଥିବା ବେଳେ ଏପରି ଘଟଣା ଘଟିବା ପୁଲିସ ସଚେତନ ର‌ହିବା ଆବଶ୍ୟକ ବୋଲି କଂଗ୍ରେସ ବିଧାୟକ ପ୍ରାର୍ଥୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ