ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କଲେ ଛତ୍ରପୁର ୟୁରୋ ସ୍କୁଲ ର ଆଦ୍ୟାଶା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):କମ ବୟସରୁ ସଫଳତା ପାଇଛନ୍ତି ୯ ବର୍ଷର କୁନି ଆଦ୍ୟାଶା l ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଆଦ୍ୟାଶା ଙ୍କ ଭିତରେ ଥିବା ପ୍ରତିଭା ଲୋକ ଲୋଚନକୁ ଆସିପାରିଛି l ସାଇନ୍ସ ଅଲମ୍ପିୟାଡ଼ ଲେଭେଲ -୨ ପ୍ରତିଯୋଗିତା ରେ ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଛତ୍ରପୁର ୟୁରୋ ସ୍କୁଲ ରଛାତ୍ରୀ ଆଦ୍ୟାଶା ପରିଡା, ସେ ଭାଗ୍ୟଲକ୍ଷ୍ମୀ ନଗର ପ୍ରଥମ ଗଳିର ନିବାସୀ l ଗତ ୨୦୨୩ ମସିହା ରେ ଛତ୍ରପୁର ର ୟୁରୋ କିଡ଼ସ ସ୍କୁଲ ପରିସରରେ ସେ ସାଇନ୍ସ ଅଲମ୍ପିୟାଡ଼ ଲେଭେଲ -୨ ପ୍ରତିଯୋଗିତା ରେ ଭାଗ ନେଇଥିଲେ l ଆଉ ଏବେ ତାହାର ଫଳାଫଳ ପ୍ରକାଶ ପାଇଛି l ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେ l ଆଦ୍ୟାଶା ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଯାହାକୁ ନେଇ ତାଙ୍କ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ଆଦ୍ୟାଶା ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ କିଡ଼ସ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ସ୍କୁଲର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନିଜ ବାପା ମା ଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି l ଆଗାମୀ ଦିନରେ ସେ ଡାକ୍ତର ହେବାର ଆଶା ରଖିଥିବା ସେ କହିଛନ୍ତି l ଅନ୍ୟପଟେ ତାଙ୍କ ଭବିଷ୍ୟତ ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି ତାଙ୍କ ପରିବାର ସଦସ୍ୟ ମାନେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ