ପାରିବାରିକ କଳହରୁ ପୁଅର ଜୀବନ ନେଲା ବାପ

ବନ୍ତ, (ଚାନ୍ଦିନୀ ମହାନ୍ତି):ବୁଧବାର ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ଗ୍ରାମରେ ପାରିବାରିକ କଳହରୁ ପୁଅର ଜୀବନ ନେଇଛି ବାପ । ସେଦିନ ବାପପୁଅ ମଧ୍ୟରେ ପାଟିତୁଣ୍ଡ ହୋଇ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଧାରୁଆ ଅସ୍ତ୍ରରେ ହଣାହଣି ଲାଗିଥିଲେ । ଫଳରେ ବାପର ଧାରୁଆ ଅସ୍ତ୍ରର ଆକ୍ରମଣରେ ପୁଅ ଜୀବନ ଚାଲି ଯାଇଥିବା ବେଳେ ବାପ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପ୍ରକାଶ ଯେ, ମାଧବାନନ୍ଦ ବାରିକ(୬୦) ଓ ପୁଅ ଶଙ୍କର୍ଷଣ ବାରିକ(୪୦)ଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗି ରହିଥିଲ । ଏହାର କରୁଣ ପରିସ୍ଥିତି ବୁଧବାର ଦେଖିବାକୁ ମିଳିଛି । ଏସଂପର୍କରେ ଶଙ୍କର୍ଷଣର ପତ୍ନୀ ସସ୍ମିତା ବାରିକ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ଗତ ୮ ମାସ ହେବ ସେ ବାପ ଘରେ ରହୁଥିଲେ । ବୁଧବାର ଖବର ପାଇଥିଲେ ଯେ, ଘରେ ବାପପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ବାପ ଏକ ଧାରୁଆ ଅସ୍ତ୍ରରେ ପୁଅକୁ ହାଣି ଦେବା ଫଳରେ ପୁଅର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ପୋଲିସ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ôଚ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସେହିପରି ସାଇଣ୍ଟିଫିକ୍ ଟିମ୍ ଘଟଣା ସଂପର୍କରେ ଅନୁଧ୍ୟାନ ଚଳାଇଛି । ଏନେଇ ପୋଲିସ କେସ ନଂ-୭୪-୨୪ ମୂଳେ ମାମଲା ରୁଜ୍ଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ