ବାଲେଶ୍ୱର କଂଗ୍ରେସ ର ସଦର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଶାଳ ନିର୍ବାଚନୀ ସଭା

ବାଲେଶ୍ୱର , (ସରୋଜ ପଣ୍ଡା) : ଗୁରୁବାର ସନ୍ଧ୍ୟାରେ ସଦର ନିର୍ବାଚନ ମଣ୍ଡଳୀ ରୁପ୍ସା ଆଙ୍କ ଗ୍ରାମପଞ୍ଚାୟତ ପଦ୍ମ ପୁଖରୀ ଆଡ଼ି ମନ୍ଦିର ପାଖ ପଡ଼ିଆ ଠାରେ ଏକ ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇ ଯାଇଅଛି।ସଦର ବ୍ଲକ ସଭାପତି ଜୟକୃଷ୍ଣ ବେହେରା ଙ୍କ ଆହ୍ୱାନ କ୍ରମେ,ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି ଙ୍କ ସଭାପତିତ୍ୱରେ ୨୦୦୦ ରୁ ଅଧିକ ଜନସମାବେଶ କୁ ନେଇ ବିଶାଳ ନିର୍ବାଚନୀ ସଭାରେ ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ଜାତୀୟ କଂଗ୍ରେସ ର ବାଲେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା,ଓ ସଦର ବିଧାୟକ ପ୍ରାର୍ଥୀନୀ ମୋନାଲିଶା ସାମଲ,ଙ୍କ ସହ ବାଲେଶ୍ୱର କଂଗ୍ରେସ ର ବହୁ ନେତୃମଣ୍ଡଳୀ ମଞ୍ଚଆସିନ ହୋଇଥିଲେ।ବିଧାୟିକା ପ୍ରାର୍ଥୀନୀ ମୋନାଲିଶା ସାମଲ ତାଙ୍କ ବକ୍ତବ୍ୟରେ ବିଶେଷ ଭାବେ ମହିଳା ଙ୍କ ପ୍ରତି ଯେଉଁ ଅତ୍ୟାଚାର ଓ ଅବିଚାର ହେଉଛି ସେ ସମ୍ପର୍କରେ ଯଦି ସେ ବିଧାନ ସଭାକୁ ଯାଆନ୍ତି ବିଧାନ ସଭାରେ ତା ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲି କହିଥିଲେ ।ରାସ୍ତା ଘାଟ, ଶିକ୍ଷା,ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଦରଦାମ ବୃଦ୍ଧି ଉପରେ ମଧ୍ୟ ସେ ଯଦି ବିଧାୟକ ହୁଅନ୍ତି ତାଙ୍କର ଏ କଥାକୁ ବିଧାନ ସଭାରେ ଉଠାଇବା ପ୍ରଥମ କାର୍ଯ୍ୟ ହେବ ବୋଲି ଶ୍ରୀମତୀ ସାମଲ ତାଙ୍କ ବକ୍ତବ୍ୟରେ କହିଥିଲେ।ପର୍ବରୁ ୨୦୦୯ ରୁ ୨୦୧୪ ଯାଏଁ ୟୁପିଏ ସରକାର ସମୟର କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଶ୍ରୀକାନ୍ତ ଜେନାଙ୍କ ବାଲେଶ୍ୱର ବିକାଶ କାର୍ଯ୍ୟକୁ ସେ ପ୍ରଶଂସା କରି ଲୋକମାନଙ୍କୁ ଦୁଇଟି ଯାକ ହାତ ଚିହ୍ନ ରେ ଭୋଟ ଦେବାକୁ ହାତ ଯୋଡି ଅନୁରୋଧ କରିଥିଲେ।ସେହିଭଳି ବିଜେଡି ଓ ବିଜେପି କୁ ସମାଲୋଚନା କରି ପୂର୍ବତ୍ତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ସିପେଟ ଠାରୁ ଆରମ୍ଭ କରି ୬୦ ନଂ ଜାତୀୟ ରାଜପଥର ପୁନରୁଦ୍ଧାର ଯାଏଁ,ନାବାଡ଼ ସହାୟତା ୧୦୦୦ କୋଟି ଟଙ୍କାରୁ ଆରମ୍ଭ କରି ଜନ ଔଷଧି ପର୍ଯ୍ୟନ୍ତ ଜାତୀୟ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ଙ୍କ ସମୟରେ ତାଙ୍କର ଭୂମିକା ସମ୍ପର୍କ ରେ ପୁଙ୍ଖାନୁ ପୁଙ୍ଖ ଭାବେ ଲୋକ ମାନଙ୍କୁ ତାଙ୍କ ବକ୍ତବ୍ୟରେ କହିଥିଲେ।ଆହୁରି କହିଥିଲେ ବିଜେଡି ଓ ବିଜେପି ର ନେତା ମାନଙ୍କୁ ମୁଁ ଆହ୍ୱାନ କରୁଛି ଆସନ୍ତୁ ସେମାନେ ଖୋଲା ବିତ୍ତର୍କକୁ,ଏବଂ ଜବାବ ରଖନ୍ତୁ,ସେମାନେ କଣ କରିଛନ୍ତି,ମୁଁ କହିବି ଆମେ କଣ କରିଛୁ।ଆପଣ ମାନେ ବିଚାର କରିବେ।ତେଣୁ ଏ ୨୦୨୪ ନିର୍ବାଚନ ରେ ମୁଁ କାହାରି ସହିତ ଲଢୁ ନାହିଁ ,ଆପଣ ମାନେ ଆପଣ ମାନଂକ ପାଇଁ ଲଢ଼ୁଛନ୍ତି।କେବଳ ଆପଣ ମାନେ ଯଦି ଜିତିବେ,ବିଧାୟିକା ପ୍ରାର୍ଥୀନୀ ଙ୍କୁ ଗୋଟେ କଲମ ଓ ମୋତେ ଗୋଟେ କଲମ ଆପଣ ମାନେ ଦେବେ ଆଉ ସେହି କଲମ ସାହାଯ୍ୟରେ ଆମେ ବାଲେଶ୍ୱର ର ବିକାଶ କୁ ଆଗେଇ ନେବୁ।ତେଣୁ ଆସନ୍ତା ୨୦୨୪ ନିର୍ବାଚନରେ ଆପଣ ମାନେ ଦୁଇଟି ଯାକ ଭୋଟ ହାତ ଚିହ୍ନରେ ଦେବାକୁ ଅନୁରୋଧ।ଅନ୍ୟ ମାନଙ୍କ ମଧ୍ୟରେ ପୃବତ୍ତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ,ପଦ୍ମଲୋଚନ ଲେଙ୍କ,ଜ୍ୟୋତ୍ସ୍ନା ସେନାପତି,ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଜିଲ୍ଲା ଅଧ୍ୟକ୍ଷ ବିକାଶ କୁମାର ଦାସ,ସୁଧାଂଶୁ ଜେନା,ଅକ୍ଷୟ ମଲ୍ଲିକ,ନିସିତ ବାରିକ,ସତ୍ୟନାରାୟଣ ଗୁପ୍ତା,ମନରଞ୍ଜନ ନାୟକ,ଉର୍ମିଳା ମାଝୀ,ସରୋଜ ଲେଙ୍କା ଆଙ୍କ ସରପଞ୍ଚ ଜ୍ୟୋସ୍ନା ରାଣୀ ବେହେରା,ଶିବପ୍ରସାଦ ମୋହାନ୍ତି,ଆଙ୍କ ପଞ୍ଚାୟତ ସଭାପତି ଲମ୍ବୋଧର ଜେନା,ମଧୁସୁଧନ ମଲ୍ଲିକ,ଜଳଧର ବେହେରା,ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ