ମହିଳାଙ୍କ ବେକରୁ ସୁନା ହାର ଲୁଟ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ଦୁଇ ଜଣିଆ ଲୁଟେରାଙ୍କୁ ଗ୍ରାମବାସୀ କାବୁ କରି ପୋଲିସର ଜିମା ଦେଇଥ‌ିବା ଜଣାପଡ଼ିଛି। ଦୁଇ ଛିନତାଇ ଲୁଟେରା ଏମ୍ଏସ୍ ପୁର- ଉପଲଡା ଗ୍ରାମ୍ୟରାସ୍ତାରେ ଜଣେ ମହିଳା ଚାଷ ଜମି ନିକଟରେ ଠିଆ ରହିଥ‌ିବା ବେଳେ ବାଇକରେ ଆସି ବେକରେ ପରିଧାନ କରିଥିବା ସୁନା ହାରକୁ ଛିଣ୍ଡାଇ ଦ୍ରୁତ ଗତିରେ ଉପଲଡା ଗ୍ରାମ ଅଭିମୁଖେ ପଳାଉଥିଲେ। ହେଲେ ଜମିରେ କାମ କରୁଥିବା ଅନ୍ୟ ଜଣେ ତୁରନ୍ତ ଘଟଣାକୁ ନେଇ ଉପଲଡା ଗ୍ରାମ ଛକରେ ଥିବା ଜଣେ ଜଣେ ବ୍ୟକ୍ତିଙ୍କୁ ଫୋନ କଲ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଉପଲଡା ଗ୍ରାମ ଛକରେ ଦୁର୍ବୃତ୍ତ ଦ୍ବୟଙ୍କୁ ଗ୍ରାମବାସୀ କାବୁ କରି ଉତ୍ତମ ମଧ୍ୟମ କରି ଗୁରାଣ୍ଡି ପୁଲିସର ଜିମା ଦେଇଥିଲେ I ସୁନା ହାରକୁ ଉ ଉଭୟ ଦୁର୍ବୃତ୍ତଙ୍କ ଠାରୁ ଗ୍ରାମବାସୀ ଉଦ୍ଧାରକରି ମହି ମହିଳାଙ୍କୁ ହସ୍ତାନ୍ତର କରିଥିବାର ଜଣାପଡ଼ିଛି। ଗୁରାଣ୍ଡି ପୁଲିସ ତୁରନ୍ତ ଘଟଣାସ୍ଥଳରେ ଘଟଣା ସ୍ଥଳରେ ପହଞ୍ଚି ଦୁର୍ବୃତ୍ତଙ୍କୁ ଧରି ନେଇଥିଲେ। ଉଭୟ ଦୁର୍ବୃତ୍ତ ଗ୍ରାମବାସୀଙ୍କ ମାଡରେ ଆହତ ହୋଇଥିବାରୁ ସେମାନଙ୍କୁତୁରନ୍ତ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗୁରାଣ୍ଡିଥାନା ପୁଲିସ ଚିକିତ୍ସା ନିମନ୍ତେ ନେଇଥିଲେ I ଦୁଇ ଜଣଙ୍କ ସମ୍ପର୍କରେସଠିକ ତଥ୍ୟ ମିଳି ନ ଥିଲେ ମଧ୍ୟ ସେମାନେ ବ୍ରହ୍ମପୁର ଅଞ୍ଚଳର ବୋଲିକୁହାଯାଇଛି। ଅଧିକ ତଦନ୍ତ ନିମନ୍ତେ ପୁଲିସ ଉଭୟଙ୍କୁ ଅଟକ ରଖି
ପଚରାଉଚରା କରୁଥିବାବେଳେ ଗତ କିଛି ମାସ ହେଲା ଏହି ଗୁରାଣ୍ଡିଥାନା ଅଞ୍ଚଳରେ ହୋଇଥିବା ଛିନ୍‌ତାଇ ତଥା ଚୋରି ଘଟଣାରେଏମାନଙ୍କ ସମ୍ପୃକ୍ତି ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି. ଏନେଇଗୁରାଣ୍ଡି ଥାନା ପୁଲିସ ତଦନ୍ତ ଜାରି ରଖୁବାର ଥାନା ସୂତ୍ରରୁ ପ୍ରକାଶ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ