କାଶୀନଗର ପୋଲିସ ଦ୍ୱାରା ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ କୀଡୀଗାଁ ଗ୍ରାମର ରାସ୍ତା ପାର୍ଶ୍ଵରେ ଥିବା ଦୋକାନ ମାନଙ୍କ ଉପରେ ରାତିରେ ଅଚାନକ କାଶୀନଗର ପୋଲିସ ତରଫରୁ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ଓ ଦେଶୀ ମଦ ଜବତ କରାଯାଇଛି. ଗଜପତି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ସ୍ବତୀ କୁମାର ଏସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନରେ ଏହି ଚଢ଼ାଉ କରାଯାଇଛି ବୋଲି କାଶୀନଗର ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ସୂଚନା ଦେଇଛନ୍ତି. ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଚଢ଼ାଉ କରିବା ଦ୍ୱାରା ଦେଶୀ ମଦ ପ୍ରାୟ 66ଲିଟର ଓ ବିଦେଶୀ ମଦ ପ୍ରାୟ 61 ଲିଟର ଜବତ କରାଯାଇଛି. ହାଡୁଭାଙ୍ଗି ଛକ ଠାରେ ମଧ୍ୟ ଗୋଟେ ଦୋକାନ ଉପରେ ତାଲା ଭାଙ୍ଗି ଚଢ଼ାଉ କରି ବହୁ ପରିମାଣର ଗଛିତ ମଦ ଜବତ ହୋଇଥିଲା.କୀଡୀଗାଁ ଗ୍ରାମରୁ ପି. ହେମ ସୂଦନ ରାଓ, ବି.ଗାଗନ୍ନା, ପି.ସୁରାପି ନାଇଡ଼ୁ ଓ ପି.ଗାଡିଆମ୍ମ (ମହିଳା) ଙ୍କୁ ଗିରଫ କରିଥିବା ବେଳେ ପି ଗାଡିଆମ୍ମଙ୍କ ପୁଅ ପି.ଇଶ୍ୱର ରାଓ ଫେରାର ଥିବା ସୂଚନା ମିଳିଛି. ସେହିପରି ଦୁଇଟି ବାଲି ଟ୍ରାକ୍ଟର ବାଲି ଚୋରା ଚାଲାଣ କରୁଥିବା ବେଳେ ପୋଲିସ ପେଟ୍ରୋଲିଙ୍ଗ କରବା ସମୟରେ ହାବୁଡ଼ରେ ପଡି ଦୁଇଟି ବାଲି ବୋଝଇ ଟ୍ରାକ୍ଟର ମଧ୍ୟ ଜବତ କରି ଥାନାରେ ଅଟକ ରଖାଯାଇଛି. କାଶୀନଗର ଥାନା ଅଧିକାରୀ ଶ୍ରୀ ଗୌଡ଼ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟି ରେ ରଖି ରାତ୍ରି କାଳୀନ ଯାଞ୍ଚକୁ ଆହୁରି କଡାକଡି ପାଳନ କରାଯିବ ବୋଲି କହିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ