ସମାଜ ବିକାଶ କର୍ମଜିବୀ ଶ୍ରମିକ ସଂଘ ପକ୍ଷରୁ ସମ୍ମାନିତ ହେଲେ ପାଇପ ମିସ୍ତ୍ରୀ ବାବୁଲା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଖରା, ବର୍ଷା ଶୀତକୁ ଖାତିର ନ କରି ଶ୍ରମିକଟିଏ ଦିନସାରା କାର୍ଯ୍ୟ କରିଥାଏ । ତା ପ୍ରତି ବଦଳରେ ସେମାନଙ୍କୁ କିଛି ଦିନ ମଜୁରି ମିଳିଥାଏ । ହେଲେ, ସେମାନଙ୍କୁ ସମ୍ମାନ ଦେବା ପାଇଁ ବର୍ଷକୁ ଥରେ ସେମାନଙ୍କ ପାଇଁ ମଇ ୧ ତାରିଖକୁ ଶ୍ରମ ଦିବସ ଭାବେ ସାରା ବିଶ୍ୱ ପାଳନ କରିଥାଏ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ନାଉଳି ଗ୍ରାମର ବାବୁଲା ନାହାକଙ୍କୁ ସମାଜ ବିକାଶ କର୍ମ ଜୀବୀ ଶ୍ରମିକ ସଂଘ ପକ୍ଷରୁ ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ବନ୍ଦାଳୋ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଆନ୍ତଃଜାର୍ତିୟ ଶ୍ରମିକ ଦିବସ ପାଳନ ଅବସରରେ ସମ୍ମାନିତ କରାଯାଇଛି । ବାବୁଲା ନାହାକ ଜଣେ ଉତ୍ତମ ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରି ଅଂଚଳରେ ବେଶ ସୁନାମ ଅର୍ଜନ କରିଛନ୍ତି । ଗାଁ ଗାଁ ରେ ବହୁ ନିର୍ମାଣ ଘରକୁ ଜଳ ଯୋଗାଣ କରିବା ସହିତ ଘରେ ଘରେ ପାଇଖାନା ନିର୍ମାଣ କରି ସ୍ୱଚ୍ଚତା ଦିଗରେ କାର୍ଯ୍ୟ କରିଆସିଥିବାରୁ ତାଙ୍କୁ ଉକ୍ତ ସଂସ୍ଥା ପକ୍ଷରୁ ସମ୍ମାନିତ କରାଯାଇଛି । ସେ ନିର୍ମାଣ ଶ୍ରମିକ ଭାବେ ପଞ୍ଜୀକୃତ ହୋଇଛନ୍ତି । ତାଙ୍କର ଉତ୍ତମ କାର୍ଯ୍ୟ କଳାପ ଯୋଗୁଁ । ଗଞ୍ଜାମ ଜିଲ୍ଲା ସମାଜ ବିକାଶ କର୍ମ ଜୀବୀ ଶ୍ରମିକ ସଂଘ ପକ୍ଷରୁ ତାଙ୍କ ନାମ ରାଜ୍ୟ ସ୍ତରକୁ ପଠାଯାଇଥିବା ବେଳେ ତାଙ୍କୁ ଏହି ସମ୍ମାନ ମିଳିପାରିଥିବାରୁ ସେ ବହୁତ ଖୁସି ପ୍ରକଟ କରିଛନ୍ତି । ଏହି ସମ୍ମାନ ପାଇବା ପରେ ଗଞ୍ଜାମ ଜିଲ୍ଲା ସମାଜ ବିକାଶ କର୍ମଜିବୀ ଶ୍ରମିକ ସଂଘର ସଭାପତି କାଳୁ ଚରଣ ନାୟକ ଶୁଭେଚ୍ଛା ଦେବା ସହ ତାଙ୍କ ଉତ୍ତମ ଭବିଷ୍ୟତ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ