ବ୍ରହ୍ମପୁର ବାସୀଙ୍କ ସ୍ବପ୍ନକୁ ସାକାର କରିବି :କେ.ଅନିଲ କୁମାର

ବ୍ରହ୍ମପୁର, (ଅନିଲ କୁମାର): ଶନିବାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବକୁ ସତ୍ୱ ଖରାକୁ ଖାତିର ନ କରି ବ୍ରହ୍ମପୁର ବିଧାନସଭା ବିଜେପି ପ୍ରାର୍ଥୀ କେ.ଅନିଲ କୁମାର ନିଜର ଶହ ଶହ ସମର୍ଥକଙ୍କୁ ଧରି ବ୍ରହ୍ମପୁର ଗେଟ୍ ବଜାର ,ସୋମନାଥ ନଗର ,ତୁଳସୀ ନଗର,ରମ୍ପା ସାହି, ନିଳାଦ୍ରୀ ବିହାର, ହିଲ୍ ପାଟଣା, ଶାସ୍ତ୍ରୀ ନଗର ପ୍ରଭୃତି ଅଞ୍ଚଳରେ ବ୍ୟାପକ ପ୍ରଚାର କରିଥିଲେ । ପ୍ରଚାର ସମୟରେ ଲୋକ ମାନଙ୍କୁ ବିଜେପିକୁ ଭୋଟ ଦେବାକୁ ଅନୁରୋଧ କରି ସେ କହିଛନ୍ତି ଯେ ମୁଁ ଜଣେ ଯୁବକ ମୋତେ ଭୋଟ ଦିଅନ୍ତୁ , ମୁଁ ବ୍ରହ୍ମପୁର ବାସୀଙ୍କ ସ୍ବପ୍ନକୁ ସାକାର କରିବି । ସହରର ବିକାଶକୁ ଆଗେଇନେବି। ଏହା ସହିତ ରିଙ୍ଗ ରୋଡ, ଟ୍ରାଫିକ ଅବ୍ୟବସ୍ଥା ଓ ସ୍କୁଲ କଲେଜ ମାନଙ୍କରେ ଶିକ୍ଷକ ଅଭାବ, ବଡ଼ ମେଡ଼ିକାଲ ରେ ଡାକ୍ତର ଅଭାବ ପାଇଁ ବିଜେଡ଼ି ସରକାର ଦାୟୀ ବୋଲି କେ. ଅନିଲ କୁମାର କହିଛନ୍ତ। କାର୍ଯ୍ୟକ୍ରମରେ କାମନା ପାଢ଼ୀ, ସଞ୍ଜୟ ମିଶ୍ର,ମୁନା ତ୍ରିପାଠୀ,ରଘୁନାଥ ପାଣିଗ୍ରାହୀ,ପତିତ ଗନ୍ତାୟତ, ଜଗଦୀଶ ରାଓ ,ଅଶୋକ ଶୁକ୍ଳ, ବଦ୍ରୀ ନାୟକ ,ଅହିଂସା ସାହୁ,ଧନୁ ପାଣଗ୍ରାହୀ, ତୁତୁନ ପାତ୍ର, ବିଷ୍ଣୁ ସୁବୁଦ୍ଧି,ସାଇ କୁମାର ,ଶରତ ପଟ୍ଟନାୟକ, ପ୍ରଭାତ ଷଡ଼ଙ୍ଗୀ ,ମଧୁ ସାହୁ ପ୍ରଭୃତି ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ