ବାଇକ ଦୁର୍ଘଟଣା ଯୁବକ ମୃତ ମହିଳା ଗୁରୁତର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଅନ୍ତର୍ଗତ ଚୁଡୁଙ୍ଗପୁର ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ଘଟି ବାଇକ ଚାଳକ ମୃତ୍ୟୁବରଣ କରିଥିବା ବେଳେ ବାଇକ ପଛରେ ବସିଥିବା ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି।ମୃତକ ଜଣକ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ଭଣ୍ଡାରି ସାହିର ବି. ଗୁରୁନାଥ (୪୨) ଏବଂ ଆହତ ମହିଳା ଜଣକ ଗୁରୁନାଥଙ୍କ ଶାଶୁ ଏନ. ସୀତାମ୍ମା ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।ଦୁହେଁ ମିଶି ବୁଧବାର  ସକାଳୁ ଏକ ବାଇକ ନଂ. (ଓଡି୦୭ ଏଡି ୮୪୭୫) ଯୋଗେ ଚିକିଟିରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ଚୁଡୁଙ୍ଗପୁର ଗ୍ରାମ ରାସ୍ତା କଡ଼ରେ ଥିବା ମନ୍ଦିର କାନ୍ଥରେ ଭାରସାମ୍ୟ ହରାଇ ପିଟି ହୋଇ ଯାଇଥିଲେ।ଘଟଣା ସ୍ଥଳରେ ହିଁ ଗୁରୁନାଥଙ୍କ ମୃତ୍ୟୁ ହୋଇଥିଲା।ଖବର ପାଇ କେ. ନୂଆଗାଁ  ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ବ୍ରହ୍ମପୁର ବଡ ବଡ ଡାକ୍ତରଖାନା କୁ ପଠାଇ ଥିବା ବେଳେ ଥାନା ମାମଲା ନଂ. ୧୪୮/୨୪ ଅନୁଯାୟୀ ମୃତଦେହ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ