ବିଜୟ ପଟ୍ଟନାୟକ ରୌଦ୍ରତାପ ଯୋଗୁଁ ଅସୁସ୍ଥ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ପ୍ରଚଣ୍ଡ ରୌଦତାପଜନିତ କାରଣରୁ ହଟାତ ଅସୁସ୍ଥ ହୋଇପଡିଛନ୍ତି. ଏନେଇ ସେ ଆବଶ୍ୟକ ଚିକିତ୍ସା ଗ୍ରହଣ କରିବା ସହ ଭୁବନେଶ୍ୱର ଠାରେ ଥିବା ତାଙ୍କ ନିଜସ୍ୱ ଘରେ ବିଶ୍ରାମ ନେଇଛନ୍ତି. ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି. ସାମୟିକ ଭାବେ ତାଙ୍କ ପ୍ରଚାର କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି. ପାରଳା ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ସାଧାରଣଙ୍କୁ ସେ ସୂଚନା ଦେଇ କହିଛନ୍ତି ଯେ ଆଗାମୀ 24 ଘଣ୍ଟା ପରେ ପୁଣି ନିର୍ବାଚନ ପ୍ରଚାରର ସମସ୍ତ କାର୍ଯ୍ୟକ୍ରମ ନିଶ୍ଚିତ ଆରମ୍ଭ ହେବ. ଦୀର୍ଘଦିନ ଧରି ସମସ୍ତ ଜନ ସାଧାରଣ ଯେପରି ତାଙ୍କୁ ଆଶୀର୍ବାଦ କରି ସମସ୍ତ ସହଯୋଗ ଯୋଗାଇ ଆସୁଛନ୍ତି ସେଥିପାଇଁ ସମସ୍ତଙ୍କ ଠାରେ ସେ ଚିର ଋଣୀ. ଜନ ସାଧାରଣଙ୍କର ଆଶୀର୍ବାଦ ସହଯୋଗ କାମନା କରିବା ସହ ପାରଳାଖେମୁଣ୍ଡି ଅଞ୍ଚଳର ମାଟିର ପୁଅ ହିସାବରେ ଜନ ସାଧାରଣଙ୍କ ସେବା ଓ ସମସ୍ତ ସମସ୍ୟାର ସମାଧାନ ପାଇଁ ମୋର ସଂଗ୍ରାମ ସବୁଦିନ ଜାରି ରହିଥିବ ବୋଲି ଶ୍ରୀ ପଟ୍ଟନାୟକ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି.

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ